ପଲ୍ଲିଶ୍ରୀ ମେଳା ୨୦୨୪ ଉଦଯାପିତ: ଏଥରକ ହୋଇଛି ୨ କୋଟିର ବେପାର

You are currently viewing ପଲ୍ଲିଶ୍ରୀ ମେଳା ୨୦୨୪ ଉଦଯାପିତ: ଏଥରକ ହୋଇଛି ୨ କୋଟିର ବେପାର

ଅନୁଗୁଳ: ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଥିବା ପଲ୍ଲିଶ୍ରୀ ମେଳା ୨୦୨୪ ଆଜି ଉଦଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ଯୋଗଦେଇ କହିଥିଲେ, ପଲ୍ଲିଶ୍ରୀ ମେଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧିମାନଙ୍କର ଗୁଣାତ୍ମକ ଉତ୍ପାଦକ ଗୁଡ଼ିକୁ ବିକ୍ରୟ କରିବାରେ ସୁଯୋଗ ସୃଷ୍ଟି କରିଛି। ଆଗକୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ପ୍ରୋତ୍ସାହନ ଜାରି ରହିବ ବୋଲି ସେ କହିଥିଲେ।
ଏହି ଅବସରରେ ମେଳାରେ ସର୍ବାଧିକ ବିକ୍ରି କରିଥିବା ବରଗଡ଼ର ମା ସମଲେଶ୍ୱରୀ ବୁଣାକାର ଉତ୍ପାଦକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କେନ୍ଦ୍ରାପଡ଼ାର ସତ୍ୟସାଇ ଗୋଲ୍ଡେନ ଗ୍ରାସ ଉତ୍ପାଦକ ଗୋଷ୍ଠୀ, ଶ୍ରେଷ୍ଠ ସେଲେସ ମ୍ୟାନ ଭାବେ ଅନୁଗୁଳର ବିଜୟ ବେହେରା, ଶ୍ରେଷ୍ଠ ନିଆରା ଉତ୍ପାଦକ ପାଇଁ ବାଲିପାଟଣାର ଜୟଦେବ ବାନାନା କ୍ଲଷ୍ଟର, ଶ୍ରେଷ୍ଠ ପ୍ରଦର୍ଶନ ଶୈଳୀ ପାଇଁ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଓ ଶ୍ରେଷ୍ଠ ବ୍ରାଣ୍ଡିଂ ପାଇଁ ନୂଆପଡ଼ାର ପଲ୍ଲିଶ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଏହି ମେଳାରେ ଓଡ଼ିଶା ସମେତ ୧୫ ଟି ରାଜ୍ୟର ପ୍ରତିନିଧିମାନେ ୨୦୦ ଟି ଷ୍ଟଲ ଜରିଆରେ ପ୍ରାୟ ୨ କୋଟି ଟଙ୍କାର ବେପାର କରିଛନ୍ତି। କାର୍ଯ୍ୟକ୍ରମକୁ ଓରମାସର ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ସୌରଭ ପରିଚାଳନା କରିଥିଲେ।

Share

Leave a Reply