ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

You are currently viewing ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଳଲହଡ଼ା ବନ୍ଦ

ଅନୁଗୁଳ: ଆଜି ଓକିଲ ସଂଘ ପକ୍ଷରୁ ୧୨ଘଣ୍ଟିଆ ପାଳଲହଡ଼ା ବନ୍ଦ କରାଯାଇଛି। ପାଳଲହଡା ଠାରେ ଦେୱାନୀ ଅଦାଲତ ପ୍ରତିଷ୍ଠା ଏବଂ ପୁରାତନ ଜେଲକୁ ସ୍ଥାନାନ୍ତରଣ ପ୍ରତିବାଦରେ ଆଜି ଯାତାୟାତ ଠପ୍ ହୋଇଛି। ଫଳରେ ପାଳଲହଡା ଦେଇ ଯାଇଥିବା ୪୯ ଓ ୧୪୯ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି।

ସୂଚନାଯୋଗ୍ୟ, ପାଳଲହଡାକୁ ପ୍ରତିଦିନ ଭୁବନେଶ୍ୱର, ଅନୁଗୁଳ, କେନ୍ଦୁଝର, ରାଉରକେଲା ପ୍ରମୁଖ ସହରରୁ ଶହ ଶହ ବସ୍ ଯିବା ଆସିବା କରନ୍ତି। ଆଜିର ବନ୍ଦ ଫଳରେ ଯାତ୍ରୀମାନେ ପ୍ରବଳ ହଇରାଣ ହୋଇଛନ୍ତି। ଏଥିସହ ସହରର ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଏହି ବନ୍ଦ ପାଳନକୁ ପାଳଲହଡା ଓକିଲ ସଂଘ ସମେତ ସମସ୍ତ ରାଜନୈତିକ ଦଳ, ବଣିକ ସଂଘ, ନାଗରିକ ମଞ୍ଚ ସମର୍ଥନ କରିଛନ୍ତି।

Share

Leave a Reply