ପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

You are currently viewing ପାଳଲହଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ପାଳଲହଡ଼ା: ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ୯ ଅକ୍ଟୋବର ଗୋପବନ୍ଧୁ ଜୟନ୍ତୀଠାରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ମୁକେଶ କୁମାର ପାଲଙ୍କ ଅଧ୍ୟକ୍ଷତାରେ ସଦର ମହକୁମାଠାରେ ଏହି ପଦଯାତ୍ରା ଆରମ୍ଭ ହୋଇଛି।

ମା କୁଣ୍ଢେଇବିରା ମନ୍ଦିରରେ ପୂଜାର୍ଚ୍ଚନା ପରେ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା। ବିଜେପି ସରକାରର ମିଥ୍ୟା ପ୍ରତିଶ୍ରୁତି ଓ ଅସଲ ଚେହେରାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲକ୍ଷ୍ୟରେ ଏହି ପଦଯାତ୍ରା ମଣ୍ଡଳୀ ସାରା ଚାଲିବ ବୋଲି ମୁକେଶ ପାଲ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ପାଳଲହଡ଼ା ବ୍ଲକ ଅଧ୍ୟକ୍ଷା ରିନାରାଣୀ ନାୟକ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ବ୍ଲକ ବିଜେଡି ସଭାପତି ରଞ୍ଜିତ ବିଶ୍ୱାଳ, ନରେନ୍ଦ୍ର ଭୁକ୍ତା, ବରିଷ୍ଠ ନେତା ହେମନ୍ତ ଦାସ, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ଗିରିଧାରୀ ବେହେରା ସମେତ ଜିଲ୍ଲାପରିଷଦ ସଭ୍ୟ, ସମିତି ସଭ୍ୟ, ପଞ୍ଚାୟତ ସଭାପତି ଓ ଯୁବ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Share

Leave a Reply