ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବ୍ଲକସ୍ତରୀୟ ସମୀକ୍ଷା ବୈଠକ: ଜନତାଙ୍କ ସେବା ଜାରି ରଖିବାକୁ ଆହ୍ୱାନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ୨୦୨୪ ରେ ବିଜୁ ଜନତା ଦଳର ବିପର୍ଯ୍ୟୟ ପରେ ଦଳ ପକ୍ଷରୁ ଏହା ପ୍ରଥମ ବୈଠକ ଥିଲା। ଏହି ବୈଠକରେ ପାଳଲହଡ଼ାର ପୂର୍ବତନ ବିଧାୟକ ମୁକେଶ କୁମାର ପାଳ ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଥିଲେ, ନିର୍ବାଚନରେ ହାରିବା ଜିତିବା ଏକ ପ୍ରକ୍ରିୟା, ଆମେ ପରାଜୟ ବରଣ କରିଛନ୍ତି କିନ୍ତୁ ଏଥିପାଇଁ ନିରାଶ ନ ହୋଇ ସାଧାରଣ ଲୋକଙ୍କ ସହ ରହି ସେମାନଙ୍କୁ ପୂର୍ବ ଭଳି ସହଯୋଗ କରିବା, ଲୋକଙ୍କ ସେବାକୁ ବଜାୟ ରଖିବା ଏବଂ ଦଳର ମୁଖିଆ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା।

ବୈଠକରେ ପାଳଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକ, ଜିଲ୍ଲାପରିଷଦ ସଭ୍ୟ ବୁଦ୍ଧୁରାମ ବୋଇପାଇ, ବରିଷ୍ଠ ନେତା ବଙ୍ଗାଳି ବେହେରା, ଅଶୋକ କୁମାର ପାଣି, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବକିଶୋର ନାଏକଙ୍କ ସମେତ ପାଳଲହଡ଼ା ବ୍ଲକର ସମସ୍ତ ୨୭ ଟି ପଞ୍ଚାୟତର ବିଜେଡି ସଭାପତି, ସକ୍ରିୟ କାର୍ଯ୍ୟକର୍ତ୍ତା, ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ଯ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!