ଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

You are currently viewing ଝିମିରିପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେଷ; ୨-୧ ଗୋଲରେ କଂସର ଚାମ୍ପିଅନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡର ଝିମିରିପାଲି ଖେଳପଡ଼ିଆରେ ଚାଲିଥିବା ଅରକ୍ଷିତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଶେଷ ହୋଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଭାଗ ନେଇଥିଲେ।

ଫାଇନାଲ୍ ମ୍ୟାଚ୍ କଂସର ଏବଂ ଟମ୍ପର ଫୁଟବଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉତ୍ତେଜନାପୂର୍ଣ୍ଣ ମ୍ୟାଚରେ କଂସର ଦଳ ୨-୧ ଗୋଲରେ ଟମ୍ପର ଦଳକୁ ହରାଇ ଚାମ୍ପିଅନ୍ ହୋଇଛି।

ଉଦ୍‌ଯାପନୀ ଉତ୍ସବରେ ପାଲଲହଡ଼ା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଃ ପ୍ରଶାନ୍ତ କୁମାର ସାହୁ ଏବଂ ପାଲଲହଡ଼ା ଏସ୍‌ଡିପିଓ କୈଳାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

Share

Leave a Reply