ପାଳଲହଡ଼ା ମହୋତ୍ସବ ଉଦଯାପିତ; ଦେବ ନେଗୀଙ୍କ ସଙ୍ଗୀତ ଓ ପ୍ରଜ୍ଞା-ଶଙ୍କରଙ୍କ କମେଡିରେ ଝୁମିଲେ ଦର୍ଶକ

You are currently viewing ପାଳଲହଡ଼ା ମହୋତ୍ସବ ଉଦଯାପିତ; ଦେବ ନେଗୀଙ୍କ ସଙ୍ଗୀତ ଓ ପ୍ରଜ୍ଞା-ଶଙ୍କରଙ୍କ କମେଡିରେ ଝୁମିଲେ ଦର୍ଶକ

ଅନୁଗୁଳ: ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଗଡ଼ଜାତ ଐତିହ୍ୟ, ସଂସ୍କୃତି ଓ ଲୋକକଳାର ମହାକୁମ୍ଭ ‘ପାଳଲହଡ଼ା ମହୋତ୍ସବ’ ସୋମବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଏସଡିପିଓ କୈଳାଶ ସେଠୀ ଓ ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମହୋତ୍ସବକୁ ଅଞ୍ଚଳର ବିକାଶ ଓ କଳା-ସଂସ୍କୃତିର ପରିଚୟ ବୋଲି ଅଭିହିତ କରିଥିଲେ।

ଉଦଯାପନୀ ସନ୍ଧ୍ୟାରେ ବଲିଉଡ ଗାୟକ ଦେବ ନେଗୀଙ୍କ ସଙ୍ଗୀତର ଯାଦୁରେ ଦର୍ଶକ ବିଭୋର ହୋଇଥିବା ବେଳେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ବ୍ୟଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା। ଏହା ସହ ପରିବେଷିତ ଲୋକନୃତ୍ୟ ଓ ଛଉ ନୃତ୍ୟ ବେଶ୍ ଉଚ୍ଚକୋଟୀର ହୋଇଥିଲା। ମହୋତ୍ସବ ଅବସରରେ ପଲ୍ଲୀଶ୍ରୀ ମେଳା ଓ ମିନାବଜାରରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ସଫଳ ଆୟୋଜନ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଉତ୍ସାହ ଭରିଦେଇଛି।

Share

Leave a Reply