ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଳକ୍ ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ବନର ନିକଟରେ ଆଜି ଟ୍ରଲର ଧକାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବନର ଗ୍ରାମର ବୀରବର ଦେହୁରୀ।
ସୂଚନା ଯେ, ସ୍ଥାନୀୟ ଲୋକ ଓ ମୃତକଙ୍କ ପରିବାର କ୍ଷତିପୂରଣ ପାଇଁ ୧୪୯ ନଂ ଜାତୀୟ ରାଜପଥ ଅବରୋଧ କରିବା ସହିତ ଉତେଜନା ଦେଖିବାଜୁ ମିଳିଥିଲା। ଖବର ପାଇ ଖମାର ଥାନା ପୋଲିସ ଘଟଣା ସ୍ଥଳିରେ ପହଞ୍ଚି ସ୍ଥିତିକୁ ଆୟତ କରିବା ସହିତ ମୃତ ଦେହକୁ ପୋଲିସ ବନର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇଥିଲା।


