ଅନୁଗୁଳ: ପିଲା ଚୋର ସନ୍ଦେହରେ ଜଣେ ଗାଡି ଚାଳକଙ୍କୁ ସଂଘବଦ୍ଧ ଭାବେ ବର୍ବର ମାଡ଼ ମାରିବା ଘଟଣାରେ ପାଳଲହଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ କେସ୍ ନମ୍ବର ୭୯/୨୬ରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ସୋମବାର ରାତିରେ ଏକ କଳା ରଙ୍ଗର ଟାଟା ହ୍ୟାରିଆର ଗାଡ଼ିରେ ପିଲା ଚୋରି ହେଉଥିବା ଗୁଜବ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଯୁବଗୋଷ୍ଠୀ ପୋଲିସ ଉପସ୍ଥିତିରେ ହିଁ ଚାଳକଙ୍କୁ ପ୍ରାୟ ଅଧଘଣ୍ଟା ଧରି ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ SDPO କୈଳାସ ଚନ୍ଦ୍ର ସେଠୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତଦନ୍ତରୁ ପିଲା ଚୋରିର କୌଣସି ପ୍ରମାଣ ମିଳିନାହିଁ। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବିତ ସାହୁ, ସୁମନ ବିଶ୍ଵାଳ ଓ ଅର୍ଜୁନ ସୋନକର।



