ପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

You are currently viewing ପାଳଲହଡ଼ାରେ ଜରୁରୀ ବୈଠକ: ଜାତୀୟ ରାଜପଥ ୪୯ ଓ ୧୪୯ରେ ଦୁର୍ଘଟଣା ରୋକିବାକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟଗିରି କଲେଜ ଛାତ୍ର ସଂସଦର ଦାବି କ୍ରମେ ଜାତୀୟ ରାଜପଥ ପ୍ରାଧିକରଣକୁ ନିମ୍ନ ଲିଖିତ କାର୍ଯ୍ୟ ସବୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଥା- ସ୍କୁଲ/କଲେଜ ଏବଂ ଆବାସିକ ଅଞ୍ଚଳରେ ସାଇନ୍ ବୋର୍ଡ ଲଗାଇବା, ଷ୍ଟ୍ରିଟ୍ ଲାଇଟ ଲଗାଇବା, ଦୁର୍ଘଟଣା ପ୍ରବଣ ଅଞ୍ଚଳ ଚିହ୍ନଟ କରି ସ୍ପିଡ ଲିମିଟ କରିବା, ଆମ୍ବୁଲାନ୍ସ ସେବା ସଂପର୍କିତ ନମ୍ବର ପ୍ରଦର୍ଶନ କରିବା, ଦୃଷ୍ଟିଗୋଚର ହେବା ପାଇଁ ରାସ୍ତା କଡର ଗଛ/ବୁଦା କଟାଇବା, ସ୍ପିଡ ବ୍ରେକର ଲଗାଇବା, ସର୍ଭିସ ରୋଡ ପ୍ରସ୍ତାବ ଦେବା, ଯାନବାହାନ ଚେକିଂ ପାଇଁ ଟ୍ରାଫିକ ପୋଲିସ ବଳ ବଢ଼ାଇବା।

ଉପଜିଲ୍ଲାପାଳ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମଗୁଡ଼ିକ ଜାତୀୟ ରାଜପଥ ୪୯ ଏବଂ ୧୪୯ରେ ସଡ଼କ ଦୁର୍ଘଟଣା କମାଇବାରେ ସାହାଯ୍ୟ କରିବ। ଏଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜାତୀୟ ରାଜପଥ ଅଧିକାରୀ, ତହସିଲଦାର ଆକାଂକ୍ଷା ମହାପାତ୍ର, ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରଦୀପ ମହାନ୍ତ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୋଭିତ କୁମାର ବିଶି ଉପସ୍ଥିତ ଥିଲେ।

Share

Leave a Reply