ଅନୁଗୁଳ: ତ୍ରି-ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅଧ୍ୟକ୍ଷତା କରି ଉପସ୍ଥିତ ଅଧିକାରୀମାନଙ୍କୁ ସଜାଗ ରହିବା ସହ ଆଦର୍ଶ ଆଚରଣ ବିଧିର ଉଲ୍ଲଘନ ଯେପରି ନ ହୁଏ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ବ୍ଲକ୍ ସ୍ତରରେ ହେଉଥିବା ନିର୍ବାଚନ ତାଲିମ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବା ବାଧ୍ୟତାମୂଳକ। ବିନା ଅନୁମତିରେ କର୍ମଚାରୀମାନେ ମୁଖ୍ୟ ଦପ୍ତର ନ ଛାଡିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ସୁସଜ୍ଜିତ ପିଙ୍କ୍ ବୁଥ୍ ପ୍ରତିଷ୍ଠା କରାଯିବ ଏବଂ ଏଥିରେ ମହିଳା କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ। ନିର୍ବାଚନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଅଧିକ ଯାଗା ଥିବା ସ୍ଥାନରେ ବିତରଣ କେନ୍ଦ୍ର ପ୍ରତିଷ୍ଠା କରିବା ସହ କୋଭିଡ ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଉପଲବଧ ଥିବା ବାଲାଟ୍ ପେପରଗୁଡିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ସଠିକ୍ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଗଲା। ଜିଲ୍ଲା ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାରେ ନିର୍ବାଚନ କାର୍ଯ୍ୟ ପରିଚାଳନା ନିମନ୍ତେ ୩ ହଜାର ୨୮ଟି ବୁଥର ବ୍ୟବସ୍ଥା ହୋଇଛି। ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ୧୮୩୦ ଜଣ ପ୍ରିଜାଇଡିଂ ଅଫିସର, ୩ ହଜାର ୬୦ ଜଣ ପୁଲିଂ ଅଫିସର ନିୟୋଜିତ ହୋଇଛନ୍ତି। ଅନୁଗୁଳ ବ୍ଲକରେ ନିୟୋଜିତ କର୍ମଚାରୀ ଛେଣ୍ଡିପଦା ବ୍ଳକ୍ରେ ଭୋଟ କାର୍ଯ୍ୟ ପରିଚାଳନା କରିବେ। ବଅଁରପାଳ ବ୍ଳକ୍ କର୍ମଚାରୀ କଣିହାଁ ବ୍ଲକରେ ନିୟୋଜିତ ହେବେ। ସେହିପରି ଆଠମଲ୍ଲିକର କର୍ମଚାରୀମାନେ କିଶୋରନଗର ବ୍ଳକ୍ ଓ ପାଳଲହଡାର କର୍ମଚାରୀମାନେ ତାଳଚେର ବ୍ଲକରେ ଭୋଟ କାର୍ଯ୍ୟ ପରିଚାଳନା କରିବେ। ଗଣତି କାର୍ଯ୍ୟ ଫେବୃୟାରୀ ୨୬ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲା ପରିଷଦ ଗଣତି କାର୍ଯ୍ୟ ଫେବୃୟାରୀ ୨୬, ୨୭ ଓ ୨୮ତାରିଖ ୩ ଦିନ ବ୍ୟାପି ଜୋନ୍ ଅନୁଯାୟୀ କରାଯିବ। ଫେବୃଆରୀ ୨୬ ତାରିଖରେ ଅନୁଗୁଳ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୧, ଆଠମଲ୍ଲିକ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୫, କଣିହାଁ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୮, କିଶୋରନଗର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୧,ଛେଣ୍ଡିପଦା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୪, ତାଳଚେର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୮,ପାଳଲହଡା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୨, ବଅଁରପାଳ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୫, ଫେବୃଆରୀ ୨୭ ତାରିଖରେ ଅନୁଗୁଳ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୨, ଆଠମଲ୍ଲିକ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୬, କଣିହାଁ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୯, କିଶୋରନଗର ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୧୨, ଛେଣ୍ଡିପଦା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୫, ତାଳଚେର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୯, ପାଳଲହଡା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୩ ଓ ବଅଁରପାଳ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୬ ର ଗଣତି ହେବ। ସେହିପରି ଫେବୃଆରୀ ୨୮ ତାରିଖରେ ଅନୁଗୁଳ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୩ ଓ ୪, ଆଠମଲ୍ଲିକ ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୭, କଣିହାଁ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୦, କିଶୋରନଗର ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୩, ଛେଣ୍ଡିପଦା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୧୬ ଓ ୧୭, ତାଳଚେର ବ୍ଲକର ଜିଲ୍ଲା ପରିଷଦ ଜୋନ୍ ୨୦ ଓ ୨୧, ପାଳଲହଡା ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୪, ବଅଁରପାଳ ବ୍ଳକର ଜିଲ୍ଲା ପରିଷଦ ଜୋନ୍ ୨୭ ଓ ୨୮ର ଗଣତି କାର୍ଯ୍ୟ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ ଯୋଗ ଦେଇ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବୁଝାଇଥିଲେ। ଏଥିରେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି, ତାଳଚେର ଉପଜିଲ୍ଲାପାଳ ବିଶ୍ବ ରଞ୍ଜନ ରଥ, ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରା, ପାଳଲହଡା ଉପଜିଲ୍ଲାପାଳ ଅଜିତ୍ କୁମାର ପ୍ରଧାନ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅତିରିକ୍ତ ତହସିଲଦାରମାନେ ଯୋଗ ଦେଇଥିଲେ।
ପଞ୍ଚାୟତରାଜ ନିର୍ବାଚନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
- Post published:January 28, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
