ଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ

You are currently viewing ଅଣୁ ବିଜ୍ଞାନୀ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବରପୁତ୍ର ବିଶିଷ୍ଟ ଅଣୁ ବିଜ୍ଞାନୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଗୁରୁବାର ଭୁବନେଶ୍ୱର ଠାରେ ପରଲୋକ ଘଟିଛି।ବାୟସାଧିକ ହେତୁ ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଭାବା ଆଣବିକ ଗବେଷଣା
କେନ୍ଦ୍ର ରେ ଜଣେ ଅଣୁ ବିଜ୍ଞାନୀ ଭାବେ ଯୋଗ ଦେଇ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ଏହାପରେ ସେ ତାଳଚେର ଭାରି ଜଳ କାରଖାନା ରେ ମଧ୍ୟ କିଛି ବର୍ଷ କାମ କରି ଅବସର ନେଇଥିଲେ। ଉଚ୍ଚ ପଦବୀରେ ଥିଲେ ମଧ୍ୟ ତାଙ୍କ ସରଳ ଅମାୟିକ ମନବୃତି,ପ୍ରକୃତି ପ୍ରୀତି ପାଇଁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସିତ ହୋଇଥିଲେ। ମହାକାଶ ବିଜ୍ଞାନୀ ତଥା ଭାରତର ଭୂତପୂର୍ବ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଦ୍ଵାରା ସେ ବିଶେଷ ଅନୁପ୍ରାଣିତ ହୋଇଥିଲେ ।ବୈଜ୍ଞାନିକ ଗବେଷଣା ଏବଂ ନିଜ ଆଦର୍ଶ ପାଇଁ ୨୦୦୫ ରେ ଅନୁଗୁଳ ପୁରାତନ ଛାତ୍ର ସଂସଦ ପକ୍ଷରୁ ତାଙ୍କୁ ଅନୁଗୁଳ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ସେତେବେଳେ ଜିଲ୍ଲାପାଳ ଅରବିନ୍ଦ ପାଢୀ ଉତ୍ତରୀୟ ଓ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ପରଲୋକରେ ପୁରାତନ ଛାତ୍ର ସଂସଦ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି ।

Share

Leave a Reply