ଅନୁଗଳ: ଘରୋଇ ବିଦ୍ୟାଳୟ ବିରୋଧରେ ଶୁକ୍ରବାର ଓଡ଼ିଶା ଅଭିଭାବକ ମହାସଂଘର ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ଦିଆଯାଇଛି। କରୋନା କାଳରେ ଟ୍ୟୁସନ୍ ଫି’ ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି’କୁ ଛାଡ଼ କରିବାକୁ ସଂଘ ଦାବି କରିଛି । ଆଗାମୀ ୨ ସପ୍ତାହ ମଧ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସ୍କୁଲଗୁଡିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଅଭିଭାବକ ସଂଘ ରାଜ୍ୟବାସୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଅଯାଇଛି। ଓଡ଼ିଶା ଅଭିଭାବକ ମହାସଂଘର ଅନୁଗୁଳ ଜିଲ୍ଲା ସଂଯୋଜକ ସଞ୍ଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅପରପକ୍ଷରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ଅନୁଧ୍ୟାନ କରିବା ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସ୍କୁଲ୍ ଫି’ ନେଇ ଅଭିବାବକ ସଂଘର ଦାବିପତ୍ର
- Post published:July 17, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul