ପାରିବାରିକ କଳହର କରୁଣ ପରିଣତି, ଘରେ ପଶି ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

You are currently viewing ପାରିବାରିକ କଳହର କରୁଣ ପରିଣତି, ଘରେ ପଶି ଶାଶୁ-ଶ୍ୱଶୁରଙ୍କୁ ହାଣିଲା ଜ୍ୱାଇଁ

ଅନୁଗୁଳ: ଜ୍ୱାଇଁ ଆକ୍ରମଣରେ ଲହୁ ଲୁହାଣ ହେଲେ ଶାଶୁ ଶ୍ୱଶୁର। ନାଲକୋ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମର ଏକ ଦମ୍ପତିଙ୍କୁ ତାଙ୍କ ଜ୍ୱାଇଁ ମାରଣାସ୍ତ୍ରରେ ହାଣି ଦେଇଛନ୍ତି। ପାରିବାରିକ କଳହ ଯୋଗୁ ଜ୍ୱାଇଁ ଏଭଳି କରିଥିବା ସୂଚନା ମିଳିଛି। ତେବେ ଶାଶୁ ଶ୍ୱଶୁରଙ୍କୁ ହାଣିବା ପରେ ଜ୍ୱାଇଁ ଫେରାର ହୋଇଥିବା ଜଣାଯାଇଛି। ଆକ୍ରମଣର ଶିକାର ହୋଇଛନ୍ତି ଘନ ବେହେରା(୬୫) ଓ ତାଙ୍କ ସ୍ତ୍ରୀ ରଜନୀ ବେହେରା(୫୫)।

ସୋମବାର ଦିନ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗଞ୍ଜରା ଗ୍ରାମର ଶ୍ରୀଥିକଣ୍ଠ ଭୋଇ କିଛି ସହଯୋଗୀଙ୍କ ସହ ଅଟୋରେ ଶ୍ୱଶୁର ଘରକୁ ଆସିଥିଲେ। ତାଙ୍କ ସହ ନାଥ ଭୋଇ, ଟଙ୍କଧର ଭୋଇ ଓ ଅଟୋ ଡ୍ରାଇଭର ଗିରଙ୍ଗ ନିବାସୀ ଘନ ବେହେରା ବି ଆସିଥିଲେ। ଶ୍ୱଶୁର ଘରେ ପଶୁ ପଶୁ କାହାକୁ କିଛି ନ କହି ଶ୍ରୀଥିକଣ୍ଠ ଶାଶୁ-ଶ୍ୱଶୁରଙ୍କୁ ଅତର୍କିତ ମରଣାତ୍ମକ ଆକ୍ରମଣ କରିଥିଲେ। ତା ପରେ ସେମାନେ ଅଟୋରେ ବସି କୁଆଡ଼େ ଚାଲି ଯାଇଥିଲେ।

ବୃଦ୍ଧ ଦମ୍ପତିଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସି ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ନାଲକୋ ପୋଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ମୁତାବକ, ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ଶ୍ୱଶୁର ଘରକୁ ଆସି ବାରମ୍ବାର ହତ୍ୟା ଧମକ ଦେଉଥିଲେ। କିନ୍ତୁ ଏଥରକ ଆସି ହଣା ମରା କରିଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରିଥିବା କହିଛି।

Share

Leave a Reply