ରାସ୍ତାରେ ଏଣେତେଣେ ପାର୍କିଂ କଲେ ଗଣିବେ ତଣ୍ଡ, ଉଭୟ ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

You are currently viewing ରାସ୍ତାରେ ଏଣେତେଣେ ପାର୍କିଂ କଲେ ଗଣିବେ ତଣ୍ଡ, ଉଭୟ ଗାଡ଼ି ଚାଳକ ଓ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରାସ୍ତାର ଉଭୟ ପାର୍ଶ୍ଵରେ ସଠିକ ଢଙ୍ଗରେ ପାର୍କିଂ କରାଇବା ପାଇଁ ପ୍ରଶସ୍ତ ଜାଗା ଛାଡ଼ିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ପାର୍କିଂ କରିବା ଦ୍ବାରା ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହେବା ସହିତ ବହୁତ ସମୟରେ ଦୁର୍ଘଟଣା ହେଉଛି। ଫଳରେ ଅକାଳରେ ଲୋକଙ୍କ ଜୀବନ ଯାଉଛି।

ଏହି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ କମ୍ କରିବା ପାଇଁ ଜରପଡ଼ା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଅବସ୍ଥାପିତ ସମସ୍ତ ବ୍ୟବସାୟିକ ଅନୁଷ୍ଠାନମାନେ ନିଜ ନିଜର ଅନୁଷ୍ଠାନକୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକର ସଠିକ୍ ପାର୍କିଂ କରିବା ନେଇ ଦାୟିତ୍ବ ନେବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶକୁ ଅବମାନନା କରୁଥିବା ଚାଳକ ଓ ଅନୁଷ୍ଠାନର ମାଲିକକୁ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Share

Leave a Reply