ଦେଶ ବିଭାଜନର ସ୍ମୃତିଚାରଣ କାର୍ଯ୍ୟକ୍ରମ, ଯୋଗ ଦେଲେ ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ

You are currently viewing ଦେଶ ବିଭାଜନର ସ୍ମୃତିଚାରଣ କାର୍ଯ୍ୟକ୍ରମ, ଯୋଗ ଦେଲେ ବର୍ଷିଆନ୍ ସ୍ୱାଧୀନତା ସଂଗ୍ରାମୀ

ତାଳଚେର: ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ବିଭାଜନର ସ୍ମୃତି ଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧ୍ୟକ୍ଷ ଡଃ ବିନୟ କୁମାର ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଧ୍ୟାପକ ଶଶାଙ୍କ ଶେଖର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ହରମୋହନ ପ୍ରଧାନ ଯୋଗ ଦେଇ ଦେଶ ବିଭାଜନର ସ୍ମୃତି ଚାରଣ କରିଥିଲେ। ମୁଖ୍ୟବକ୍ତା ଭାବେ ବର୍ଷିଆନ୍ ଶିକ୍ଷାବିତ୍ ବୃନ୍ଦାବନ ସାହୁ ଦେଶ ବିଭାଜନ ସମୟରେ ଉପୁଜିଥିବା ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍ ରବିନାରାୟଣ ପ୍ରଧାନ ଏବଂ ଡ. ନିମାଇଁ ଚରଣ ପ୍ରଧାନ ଯୋଗ ଦେଇଥିଲେ। ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଜୟଶ୍ରୀ ତିୱାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମେଜର ସୁବ୍ରତ କୁମାର ଦାସ, ପ୍ରାଧ୍ୟାପକ ସରୋଜ ପ୍ରଧାନ, ପାଣିଗ୍ରାହୀ ସୁବାସ ଚନ୍ଦ୍ର ଦାସ, ଅଧ୍ୟାପକ ରଂଜିତ୍ ସାହୁ, ଅପ୍ସନା ବେଗମ୍ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ. କଳ୍ପନା ବୋଇତି ଧନ୍ୟବାଦ ପ୍ରଦାନ କରିଥିଲେ।

Share

Leave a Reply