ଏପ୍ରିଲ ୭ରୁ ନୂତନ ବସ୍ ଟର୍ମିନାଲରେ ପାର୍କିଂ ହେବ ଯାତ୍ରୀବାହୀ ଗାଡ଼ି, ଜିଲ୍ଲାପାଳ ଦେଲେ କଡ଼ା ନିର୍ଦ୍ଦେଶ

You are currently viewing ଏପ୍ରିଲ ୭ରୁ ନୂତନ ବସ୍ ଟର୍ମିନାଲରେ ପାର୍କିଂ ହେବ ଯାତ୍ରୀବାହୀ ଗାଡ଼ି, ଜିଲ୍ଲାପାଳ ଦେଲେ କଡ଼ା ନିର୍ଦ୍ଦେଶ

ଅନୁଗୁଳ: ମୋଟର ଯାନ ଆଇନ୍ ୧୯୮୮ର ପରିଚ୍ଛେଦ ୧୧୭ ଏବଂ ଓଡ଼ିଶା ମୋଟର ଯାନ ଆଇନ୍ ୧୯୭୬ର ଧାରା ୧୭୩ ଅନୁଯାୟୀ ଯାତ୍ରୀ ପରିବହନ କରୁଥିବା ସମସ୍ତ ଗାଡି ଏପ୍ରିଲ ୭ ଠାରୁ ୱାର୍ଡ ନମ୍ବର ୧୫ ତମ୍ରିତ କଲୋନୀସ୍ଥିତ ନୂତନ ବସ୍ ଟର୍ମିନାଲରେ ପାର୍କିଂ କରାଯିବ ବୋଲି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୭ ତାରିଖ ପରଠାରୁ କୌଣସି ଗାଡି ଉପରିସ୍ଥ ଜାଗା ବ୍ୟତୀତ ଅନ୍ୟ ଜାଗାରେ ପାର୍କିଂ କରିପାରିବେ ନାହିଁ। ଏହି ନିୟମକୁ ନ ମାନିଲେ ମୋଟର ଯାନ ଆଇନ୍ ୧୯୮୮ର ଧାରା ୧୯୨(କ) ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Share

Leave a Reply