ମେଡିକାଲରୁ ପୁଣି ରୋଗୀ ଫେରାର, ଥାନାରେ ଏତଲା

You are currently viewing ମେଡିକାଲରୁ ପୁଣି ରୋଗୀ ଫେରାର, ଥାନାରେ ଏତଲା

ଅନୁଗୁଳ: ଅନୁଗୁଳ ମେଡିକାଲର ଟିବି ୱାର୍ଡରୁ ଗତ ଗୁରୁବାର ରାତିରେ‌ଜଣେ ରୋଗୀ ଫେରାର ହେବା ଘଟଣା‌ପୁଣି ସାମନାକୁ‌ ଆସିଛି।

ଘଟଣାରୁ ପ୍ରକାଶ ଯେ,ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର ଗୋବିନ୍ଦ ନାୟକ ଗତ ୧୪ ତାରିଖ ଦିନ ଦେହ ଖରାପ ଥିବାରୁ ଅନଗୁଳ ହସ୍ପିଟାଲର ଟିବି ୱାର୍ଡରେ ଭର୍ତି ହୋଇଥିଲେ। ଚିକିତ୍ସା ଚାଲିଥିବା ବେଳେ
ଗତ ଗୁରୁବାର ବିଳମ୍ବିତ ରାତିରେ ଗୋବିନ୍ଦ।କୁଆଡେ ପଳାଇଥିବା ଜଣାପଡିଛି। ତାଙ୍କ ସ୍ତ୍ରୀ ମିନତୀ ନାୟକ ଶୋଇପଡିଥିବା ବେଳେ ଏପରି ଘଟଣା ଘଟିଛି।

ତେବେ ନିରାପତ୍ତା ରକ୍ଷୀଙ୍କ ଅବହେଳାରୁ ଏପରି ଘଟିଥିବା ଅଭିଯୋଗ କରି ସେ ଥାନାରେ‌ ଅଭିଯୋଗ କରିଛନ୍ତି। ଡାକ୍ତରଖାନା କର୍ତୃପକ୍ଷ ମଧ୍ୟ ସିସିଟିଭି ଫୁଟେଜ ଅଧାରରେ ତଦନ୍ତ ଚଳାଇଛନ୍ତି। ବାରମ୍ବାର ରୋଗୀ ଫେରାର ହେଉଥିବାରୁ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share

Leave a Reply