ପଞ୍ଚମହଲାରୁ ମୟୁର ଉଦ୍ଧାର

You are currently viewing ପଞ୍ଚମହଲାରୁ ମୟୁର ଉଦ୍ଧାର

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପଞ୍ଚମହଲା ଅଞ୍ଚଳରୁ ବୁଧବାର ସକାଳ ୯ଟା ସମୟରେ ଏକ ମୟୁର ଉଦ୍ଧାର କରାଯାଇଥିବା ଜଣାପଡିଛି।

ଆଦିମାତା ନଗରର ସ୍ବର୍ଗତ ହଳଧର ନାଏକଙ୍କ ଘର ଭିତରକୁ ଏହି ମୟୁରଟି କୁକୁରଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ପଶି ଆସିଥିଲା। ଖବର ପାଇ ଘଟଣା ସ୍ଥଳରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ତାଙ୍କ ସାଥି ପହଞ୍ଚି ମୟୂରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ମୟୁରକୁ ଫରେଷ୍ଟର ରଞ୍ଜନ ପ୍ରଧାନ ଓ ଫରେଷ୍ଟ ଗାର୍ଡ ଲୁଲୁ ପ୍ରଧାନଙ୍କ ଉପସ୍ଥିତିରେ ମନ୍ଦରଗିରୀ ପାହାଡରେ ଛଡା ଯାଇଥିଲା।

Share

Leave a Reply