ଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

You are currently viewing ଅନୁଗୁଳରେ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଏକ ଶିଶୁ ହୃଦରୋଗୀ ଚିହ୍ନଟ ଶିବିର ଉଦଘାଟିତ ହୋଇଯାଇଛି। ନାରାୟଣ ଇନ୍ଷ୍ଟି ଚ୍ୟୁଟ ଅଫ କାର୍ଡିଆକ ସାଇନ୍ସ, ବେଙ୍ଗାଲୁରୁର ସହାୟତାରେ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ୍ ଏମ ଗଫତର।

ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ପିଏମ୍ପି ମେଡିକାଲ କଲେଜ ତାଳଚେରର ଅଧିକ୍ଷକ ପ୍ରଫେସର ତରଙ୍ଗିଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ଅନୁଗୁଳ ଢେ଼ଙ୍କାନାଳ ଓ ଦେବଗଡ଼ ଜିଲ୍ଲାରୁ ଆସିଥିବା ଅନେକ ଶିଶୁ ହୃଦରୋଗୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବେଙ୍ଗାଲୁରୁ ନିଆ ଯିବାର ବ୍ୟବସ୍ଥା କରାଯାଇଥିଲା।

Share

Leave a Reply