ଅନୁଗୁଳ: ଅନୁଗୁଳରେ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ପୋଲିସକୁ ସଫଳତା। ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ପୋଲିସ। ଗତ ୨୪ ଫେବ୍ରୁଆରୀ ୨୦୨୫ ରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡଚଣ୍ଡୀ ବଜାର ନିକଟ ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ପରିଚାଳକ ଓ ତାଙ୍କ କର୍ମଚାରୀ ଚନ୍ଦନ ଗଡ଼ ନାୟକଙ୍କ ଠାରୁ ରାସ୍ତାରେ ଟଙ୍କା ଲୁଟ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ବିଦ୍ୟାପତି ନାୟକ ଓରଫ କାଳିଆ (୨୬) କୁ ପୁଲିସ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ବହୁ ଖୋଜାଖୋଜି ପରେ ବି କାଳିଆକୁ ଗିରଫ କରିଛି ପୋଲିସ। ତା’ ନିକଟରୁ ଅପରାଧରେ ବ୍ୟବହୃତ ଅସ୍ତ୍ର ଏବଂ ଲୁଟ୍ ହୋଇଥିବା ନଗଦ ୩,୪୦,୦୦୦ ଟଙ୍କା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ପେଟ୍ରୋଲ ପମ୍ପ ଡକାୟତି ମାମଲା, ଫେରାର ମୁଖ୍ୟ ଅଭିଯୁକ୍ତ ଗିରଫ
- Post published:December 10, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


