ପେଟ୍ରୋଲ ପମ୍ପ ଡକାୟତି ଘଟଣା: ପୁଲିସ୍ କବ୍‌ଜାରେ ଫେରାର ଅଭିଯୁକ୍ତ

You are currently viewing ପେଟ୍ରୋଲ ପମ୍ପ ଡକାୟତି ଘଟଣା: ପୁଲିସ୍ କବ୍‌ଜାରେ ଫେରାର ଅଭିଯୁକ୍ତ

ଅନୁଗୁଳ: ଗତ ଫେବ୍ରୁଆରି ୨୪ ତାରିଖ ଅପରାହ୍ଣ ୩ଟା ବେଳ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ ମ୍ୟାଜେନର୍‌ଙ୍କ ପାଖରୁ ୧୦ ଲକ୍ଷ
ଟଙ୍କା ଲୁଟ୍ ଘଟଣାରେ ଅନୁଗୁଳ ପୁଲିସ କୁମଣ୍ଡର ସୌମ୍ୟରଂଜନ
ସ୍ବାଇଁ(୨୯) ଓରଫ ବୁବୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ପାଖରୁ ୩୦ ହଜାର ଟଙ୍କା ଉଦ୍ଧାର କରାଯାଇଛି । ଏହି ମାମଲାରେ ପୁଲିସ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା ବେଳେ ସେମାନଙ୍କ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କା ଉଦ୍ଧାର କରିଥିଲା।

ସୂଚନା ଅନୁସାରେ, ସହର ଉପକଣ୍ଠ କୁମଣ୍ଡ  ଅନୁସାରେ, ଚଣ୍ଡୀ ବଜାର ନିକଟରେ ଥିବା ଶୁଭମ କିସାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାଜେନର୍ ବଶିଷ୍ଟ କୁମାର ସାହୁ ଗତ ଫେବ୍ରୁଆରି ୨୪ ତାରିଖ ଅପରାହ୍ଣ ୩ଟା ବେଳକୁ ପେଟ୍ରୋଲ ପମ୍ପ କର୍ମଚାରୀ ଚନ୍ଦନ ଗଡ଼ନାୟକଙ୍କ ସହ ଗାନ୍ଧୀମାର୍ଗରେ ଥିବା ଏସ୍‌ବିଆଇ ଶାଖାକୁ ଟଙ୍କା ଜମା କରିବାକୁ ସ୍କୁଟିରେ ଆସୁଥିଲେ। ହେଲେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍‌ରେ ପଛପଟରୁ ଆସି ସେମାନଙ୍କୁ ଗୋଇଠା ମାରିଥିଲେ। ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ।

ପରେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସ୍କୁଟି ଡିକିରେ ଥିବା ୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ମୁଖ୍ୟ ରାସ୍ତା ଉପରେ ଏମିତି ଲୁଟପାଟ୍ କରି ମାତ୍ର ୨ରୁ ୩ ମିନିଟ୍ ଭିତରେ ସେମାନେ ହେମସୁରପଡ଼ା ଛକ ଆଡ଼କୁ ଚାଲି ଯାଇଥିଲେ। ଏଥିନେଇ ମ୍ୟାନେଜର୍‌ଙ୍କ ଏତଲା କ୍ରମେ ଅନୁଗୁଳ ଥାନା ପୁଲିସ ୧୪୭/୨୫ରେ ଏକ ମାମଲା ରୁଜୁ
କରିଥିଲା। ଏହି ମାମଲାରେ ସଂପୃକ୍ତ ୭ ଜଣଙ୍କୁ ଗତ ମାର୍ଚ୍ଚରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଏହି ଡକାୟତି ଘଟଣା ପରେ ବୁବୁନ୍ ଭାଗରେ ଲକ୍ଷେ ୧୦ ହଜାର ଟଙ୍କା ପଡ଼ିଥିଲା। ସେହି ଟଙ୍କାରୁ ୮୦ ହଜାର ସେ ଖର୍ଚ୍ଚ କରି ଦେଇଥିଲା ବେଳେ ବାକି ୩୦ ହଜାର ଟଙ୍କା ପାଖରେ ରଖିଥିଲା।

Share

Leave a Reply