ଅନୁଗୁଳ: ଆଇପିଏଲ ଇତିହାସରେ ୭୦୦୦ ରନ ପୂରଣ କରିବାରେ
ଦ୍ବିତୀୟ କ୍ରିକେଟର ହେଲେ ରୋହିତ ଶର୍ମା। ଶୁକ୍ରବାର ଦିନ ଗୁଜରାଟ ଟାଇଟନ୍ନ (ଜିଟି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଏଲିମିନେଟର ମ୍ୟାଚ ସମୟରେ ଏମଆଇର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆରସିବିର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପରେ ବିଶ୍ବର ଦ୍ବିତୀୟ ଖେଳାଳି ଭାବରେ ଆଇପିଏଲରେ ୭୦୦୦ ରନ ପୂରଣ କରିଛନ୍ତି। ରୋହିତ ଆଇପିଏଲରେ ୨୭୧ଟି ମ୍ୟାଚ ଖେଳିଥିବା ବେଳେ ୭,୦୩୮ ରନ କରିଛନ୍ତି । ସେହିପରି ବିରାଟ ୨୬୬ ମ୍ୟାଚ ଖେଳି ୮,୬୧୮ ରନ କରିଛନ୍ତି। ଏହି ମ୍ୟାଚରେ ରୋହିତ ୫୦ ବଲରେ ୮୧ ରନ କରିଥିଲେ।
