ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଅନୁଗୁଳ ଷ୍ଯାଡ଼ିୟମଠାରେ ଉଦଘାଟିତ ହୋଇଯାଇଛି। ଜେଏସପିଏଲ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଜେଏସପିଏଲର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ବର ଝା, ଜେନେରାଲ ମ୍ୟାନେଜର(ସିଏସ୍ଆର) ପୁଷ୍ପା ଶତପଥି, ଜିଲ୍ଲା ଶାରିରିକ ଶିକ୍ଷା ନିରିକ୍ଷକ ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସମସ୍ତଙ୍କୁ ସ୍ବାଗତ ଜଣାଇବାସହ ଖେଳର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଆଜିର ମ୍ୟାଚ୍ଚ ନାଲ୍‌କୋର କନିଷ୍ଠ ଫୁଟବଲ କ୍ଲବ ସହ ପାଳଲହଡ଼ା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍ଚରେ ନାଲ୍‌କୋ ପାଳଲହଡାକୁ ୨/୧ ଗୋଲରେ ପରାସ୍ତ କରି ବଜୟୀ ହୋଇଛି। ଆଜିର ମ୍ୟାଚ୍ଚକୁ ପ୍ରଶାନ୍ତ କୁମାର ପାଳ, ଦିଲ୍ଲିପ କୁମାର ରାଉତ, ତ୍ରିମୁଖ ଗଡନାୟକ ଓ ଶ୍ରୀଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ। ସୋମବାର ମ୍ୟାଚ୍ଚ ଝାରସୁଗୁଡା ସହ ନାଲ୍‌କୋ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ।

Share

Leave a Reply