ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

You are currently viewing ଡ଼େରଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟର ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ଭିତରେ ଜଣେ ଯୁବ ଇଞ୍ଜିନିୟର ପାଣି ବୁଡ଼ି ନିଖୋଜ ଅଛନ୍ତି।

ସୂଚନା ମୁତାବକ, ନାଲକୋର ୩/୪ ଜଣ ଯୁବକ ରବିବାର ବର୍ଷାରେ ଡ଼େରଜାଙ୍ଗ ଜଳ ସେଚନ ପ୍ରକଳ୍ପକୁ ବୁଲିବାକୁ ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରେ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ବିଭାଂଶୁ ହୋତା(୨୮) ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କର ପତ୍ତା ମିଳି ନାହିଁ। ଖବରପାଇ ଅନୁଗୁଳ ସଦର ଥାନା ଓ ଜରପଡ଼ା ଥାନା ପୁଲିସସହ ଅଗ୍ନିଶମ ସଂସ୍ଥା ଘଟଣାସ୍ଥଳରେ ପହଞ୍ଚି ଗେଜା ଖୋଜି ଆରମ୍ଭ କରିଛନ୍ତି। ୬ ଜଣ ଅଗ୍ନିଶମ କର୍ମଚାରୀ ଜଳଭଣ୍ଡାରରେ ଖୋଜା ଖୋଜି କରୁଛନ୍ତି। ତେବେ ତୁହାକୁ ତୁହା ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବିଭାଂଶୁଙ୍କ ପତ୍ତା ମିଳି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Share

Leave a Reply