ଫାର୍ମାସୀ ଅଧିକାରୀ ସେବା ସଂଘର ବାର୍ଷିକ ଉତ୍ସବ

You are currently viewing ଫାର୍ମାସୀ ଅଧିକାରୀ ସେବା ସଂଘର ବାର୍ଷିକ ଉତ୍ସବ

ଅନୁଗୁଳ: ଓଡ଼ିଶା ଫାର୍ମାସୀ ଅଧିକାରୀ ସେବା ସଂଘ ଅନୁଗୁଳ ଶାଖା ପକ୍ଷରୁ ଏହାର ବାର୍ଷିକ ବୈଠକ ଜରାସିଂହା ଠାରେ  ଆୟୋଜିତ ହୋଇଯାଇଛି। ସଂଘ ସଭାପତି ସଞ୍ଜୟ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଡ଼ା ପ୍ରଧାନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ଫାର୍ମାସି ଅଧିକାରୀ ମାନଙ୍କ ଗୁରୁତ୍ବପୁର୍ଣ ସ୍ବାସ୍ଥ୍ୟ ସେବାକୁ ପ୍ରଶଂସା କରିବା ସହ ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ମେଡିକାଲ ସୂପରିନଟେଣ୍ଡେଣ୍ଟ ଡ଼ା ଦିଲୀପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫାର୍ମାସୀ ଅଧିକାରୀ ଓ ଡାକ୍ତରଙ୍କ ମଧ୍ୟରେ ସମନ୍ୱୟ ରହିଲେ ରୋଗୀ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି କହିଥିଲେ।

ଜିଲ୍ଲା ବାହାରୁ ପଦୋନ୍ନତି ପାଇ ଆସିଥିବା ଫାର୍ମାସୀ ଅଧିକାରୀ “ଏଲଟୁ” ମାନଙ୍କୁ ସ୍ଵାଗତ କରାଯାଇଥିଲା। ସଂଘ ସମ୍ପାଦକ ଲେନିନ୍ ଗଡ଼ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହାପରେ ଅବସରପ୍ରାପ୍ତ ଫାର୍ମାସୀ ଅଧିକାରୀ ଅକ୍ଷୟ କୁମାର ବିଶ୍ବାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ତତ୍ପରେ ସଂଘର ଦ୍ଵିବର୍ଶିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ ସଞ୍ଜୟ କୁମାର ପ୍ରଧାନ,ଉପ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ,ସମ୍ପାଦକ ଲେନିନ ଗଡ଼ନାୟକ,କୋଷାଧ୍ୟକ୍ଷ ସୂଚିତ କୁମାର ଗଡ଼ନାୟକ,ସଂଗଠନ ସମ୍ପାଦକ ସରୋଜିନୀ ଦାସ,ହରିପ୍ରୀୟା।ସାହୁ,ଟୁନା ସାହୁ ନିର୍ବାଚିତ ହୋଇଥିବା ବେଳେ ଏମଡି ଅସଲାମଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଲିଙ୍ଗରାଜ ଗଡ଼ନାୟକ, ରାଜେନ୍ଦ୍ର ସାହୁ,ହେମନ୍ତ ସାହୁ,ସ୍ମୃତି ରଞ୍ଜନ ସାହୁ,ଚିନ୍ମୟ ପଟ୍ଟନାୟକ,ପ୍ରେମା ରାଣୀ ବେହେରା,ବାସନ୍ତୀ ଦେହୁରୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Share

Leave a Reply