ଅନୁଗୁଳ: ଭାଇରାଲ ହେଉଛି ଅନୁଗୁଳରେ ବାଘ ବୁଲୁଥିବା ଫଟୋ। କେତେବେଳେ ନିଶା ଛକରେ ତ ଆଉ କେତେବେଳେ ଡେରଜାଙ୍ଗ ଡ୍ୟାମ ଉପରେ ବାଘ ବସିଥିବା ଫଟୋ ଭାଇରାଲ ହେଉଛି। ଫୋନରୁ ଫୋନକୁ ବୁଲୁଛି ମହାବଳ ଫଟୋ। ଏସବୁ ଫଟୋକୁ ଦେଖି ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏସବୁ ଫଟୋ ଫେକ୍ ଓ ମିଛ ହୋଇଥିବା ବନ ବିଭାଗ କହିଛି।
ଅନୁଗୁଳ ବନଖଣ୍ଡ ପକ୍ଷରୁ ଡିଏଫଓ ନୀତିଶ କୁମାର ସୂଚନା ଦେଇଛନ୍ତି ଯେ ଯେଉଁ ବ୍ୟକ୍ତି ମାନେ ଏଭଳି ଫେକ ଭିଡିଓ ଓ ଫଟୋ ଛାଡୁଛନ୍ତି, ସେମାନଙ୍କ ଆକାଉଣ୍ଟକୁ ଠାବ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଜେ ଡିଏଫଓ ଏନେଇ ଥାନାରେ ମାମଲା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଲୋକମାନେ ଆତଙ୍କିତ ନ ହେବାକୁ ସେ ସୂଚନା ଦେଇଛନ୍ତି।
ବାଘ ବର୍ତ୍ତମାନ ଢେଙ୍କାନାଳ ଅଞ୍ଚଳରେ ଥିବା ବେଳେ ଏଆଇ ମାଧ୍ୟମରେ ଏହି ସବୁ ଫଟୋ ଭିଡିଓ କରି କିଛି ବ୍ୟକ୍ତି ଲୋକଙ୍କୁ ହଇରାଣ କରୁଛନ୍ତି। ଏନେଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।