ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା

You are currently viewing ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା

ଅନୁଗୁଳ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ବାରମ୍ଵାର ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ବନ୍ତଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା। ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ପଞ୍ଚାୟତ ପାଣଗୋବିନ୍ଦପୁର ଗାଁର ଅପରାଜିତା ନାଏକ ତାଙ୍କ ସ୍ୱାମୀ ଅଜୟ ନାଏକଙ୍କ ବିରୁଦ୍ଧରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ମୁତାବକ, ସେ ୭ ବର୍ଷ ହେବ ଅଜୟଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଦୁଇ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଛନ୍ତି। ତେବେ ତାଙ୍କ ଚରିତ୍ର ସନ୍ଦେହରେ ସ୍ୱାମୀ ବାରମ୍ଵାର ମାରପିଟ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଛନ୍ତି। ନ୍ୟାୟ ପାଇଁ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ବନ୍ତଳା ଥାନା ପକ୍ଷରୁ କେସନଂ-୩୦୬/୨୫ ଧାରା ୮୫/୧୨୬(୩), ୧୧୫(୨), ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି।

Share

Leave a Reply