୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

You are currently viewing ୧୨୫୦ଲିଟର ଡିଜେଲ ସହ ପିକଅପ ଭ୍ୟାନ ଜବତ, ଡ୍ରାଇଭର ଛୁ’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ପାର୍ଶ୍ଵରୁ ବେଆଇନ ଡିଜେଲ ବୋଝେଇ ପିକଅପ ଭ୍ୟାନ ସମେତ ୧୨୫୦ଲିଟର ଡିଜେଲ ଜବତ କରିଛି ପୋଲିସ।
ସୂଚନା ମୁତାବକ, ଜରପଡ଼ା ପୋଲିସ ପକ୍ଷରୁ ବେଆଇନ ଡିଜେଲ ବୋଝେଇ ହୋଇ ଜରପଡ଼ାରୁ ବଇଣ୍ଡା ଯାଉଥିବା ପିକଅପ ଭ୍ୟାନ ଅଟକାଇଥିଲା। ପୋଲିସ ଗାଡିକୁ ଦେଖି ଡ୍ରାଇଭର ଦୌଡ଼ି ପଳାଇଥିଲା।

ଯାଞ୍ଚ କରିବାରୁ ପିକଅପ ଭ୍ୟାନରୁ ୨୫ ଟି ଜାରକିନରେ ୫୦ଲିଟର ଲେଖାଏଁ ଡିଜେଲ ଲୋଡ଼ ହୋଇଥିବା ଦେଖିବାକୁ ପାଇଥିଲା। ପୋଲିସ ପିକଅପ ଭ୍ୟାନ ସମେତ ଗାଡ଼ିରେ ଥିବା ୨୫ଟି ଜାରକିନରୁ ୧୨୫୦ଲିଟର ଡିଜେଲ ଜବତ କରିଥିଲା l ଏନେଇ ଜରପଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply