ସାତକୋଶିଆରେ ଭୋଜି କରିବା ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ, ସେପଟେ କ୍ଷମା ମାଗିଲେ ୟୁଟ୍ୟୁବର

You are currently viewing ସାତକୋଶିଆରେ ଭୋଜି କରିବା ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ, ସେପଟେ କ୍ଷମା ମାଗିଲେ ୟୁଟ୍ୟୁବର

ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର ପୁରୁଣାକୋଟ ବନାଞ୍ଚଳରେ ଭୋଜି କରିବା ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ।
ଏ ନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ ପଣ୍ଡା କହିଛନ୍ତି, ଏହି ଘଟଣାକୁ ବନବିଭାଗ ଗୁରୁତ୍ୱର ସହ ନେଇଛି। ଭିଡିଓକୁ ଆଧାର କରି ଘଟଣା ସ୍ଥଳକୁ ଯାଇ ବନବିଭାଗ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବନ୍ୟ ଆଇନ ଉଲ୍ଲଂଘନ ନେଇ ଯଦି କୌଣସି ସୂଚନା ମିଳେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫଓ କହିଛନ୍ତି।
ଅନ୍ୟପଟେ ଯେଉଁ ୟୁଟ୍ୟୁବର ଏହି ଭିଡିଓ ପୋଷ୍ଟ କରିଥିଲେ, ସେ କ୍ଷମା ପ୍ରାର୍ଥନା କରି ଏକ ଭିଡିଓ ମଧ୍ୟ ପୋଷ୍ଟ କରିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ସାତକୋଶିଆ ଅଭୟାରଣ୍ୟର ଏକ ଝରଣା ନିକଟରେ କିଛି ୟୁଟ୍ୟୁବର ନିଆଁ ଲଗାଇ ଭୋଜି କରି ଖାଇଥିଲେ। ଏହାର ଭିଡିଓ କରି ସେମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ଏଠାକୁ ଆସି ଭୋଜି କରିବାକୁ ଉତ୍ସାହିତ କରିଥିଲେ। ସାତକୋଶିଆରେ ଭୋଜି ନିଷେଧ ଥିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

Share

Leave a Reply