ଆଣ୍ଡାମାନର ୨୧ ଦ୍ବୀପ ପରମବୀର ଚକ୍ର ବିଜେତାଙ୍କ ନାଁରେ ନାମିତ

0

ଅନୁଗୁଳ: ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ନିକଟରେ
କେନ୍ଦ୍ର ସରକାର ଆଣ୍ଡାମାନ ଓ ନିକବର ଦ୍ବୀପପୁଞ୍ଜର ୨୧ ଗୋଟି ଦ୍ବୀପକୁ ଭାରତର ୨୧ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ କରିଛନ୍ତି।

ଆଣ୍ଡାମାନ ଓ ନିକବରରେ ଥିବା ୫୦୦ରୁ ଅଧିକ ଦ୍ବୀପ ସମୂହ ମଧ୍ୟରୁ ୨୧ ଗୋଟି ଦ୍ବୀପକୁ ଏଥିପାଇଁ ବଛା ଯାଇଛି। ଭାରତୀୟ ସେନାର ଏହି ବୀର ଯବାନ ମାନେ ଅସୀମ ବୀରତ୍ୱ ଓ ବଳିଦାନର ଉଚ୍ଚ ପରମ୍ପରାକୁ ବଜାୟ ରଖି ଦେଶର ଟେକ ରଖିଛନ୍ତି। ଏହି ବୀର ଯବାନ ମାନେ ଦେଶ ଇତିହାସର ସ୍ବର୍ଣ୍ଣିମ ପୃଷ୍ଠାରେ ସ୍ଥାନ ପାଇଛନ୍ତି।

ଏହି ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଅଛନ୍ତି ମେଜର ସୋମନାଥ ଶର୍ମା,କ୍ୟାପଟେନ କରମ ସିଂ,କ୍ୟାପଟେନ ଗୁରବଚନ ସିଂହ ସାଲେରିଆ,ଲେଫ୍ଟନାଣ୍ଟ କଲନେଲ ଧନ ସିଂହ ଥାପ୍ପା,ସୁବେଦାର ଯୋଗୀନ୍ଦର ସିଂହ ଖାନ, ହାବିଲଦାର ଅବଦୁଲ ହମିଦ,ଲାନ୍ସନାୟକ ଅଲବର୍ଟ ଏକ୍କା,ସେକେଣ୍ଡ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଲ,କ୍ୟାପଟେନ ବାନା ସିଂହ,କ୍ୟାପଟେନ ବିକ୍ରମ ବାତ୍ରା,କ୍ୟାପଟେନ ମନୋଜ ପାଣ୍ଡେ,ମେଜର ସଞ୍ଜୟ କୁମାର । କେନ୍ଦ୍ର ସରକାର ଏହି ଦ୍ବୀପ ଗୁଡିକୁ ସହିଦଙ୍କ ନାମରେ ନାମିତ କରିବା ସହିତ ସେ ଅଞ୍ଚଳର ପର୍ଯ୍ୟଟନର କିଭଳି ବିକାଶ ହେବ ସେଥିନେଇ ମଧ୍ୟ ଦୃଷ୍ଟି ଦେବେ ବୋଲି କୁହାଯାଇଛି।

Leave A Reply

Your email address will not be published.

error: Content is protected !!