ଅନୁଗୁଳ: ବିକାଶ ଫାଉଣ୍ଡେସନ ପକ୍ଷରୁ ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଳଚେରର ଝିଅ ପିଙ୍କିନା ୨୦୨୧ ଶିକ୍ଷା ବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇ)ରେ ଟପ୍ପର ହୋଇଥିଲେ । ଦିନକୁ ୧୪ ଘଣ୍ଟା ପରିଶ୍ରମ କରି ପିଙ୍କିନାଙ୍କୁ ଏହି ସଫଳତା ମିଳିଥିଲା। ପିଙ୍କିନାଙ୍କ ପିତା ଜଣେ ପରିବା ବ୍ୟବସାୟୀ ହୋଇଥିବା ବେଳେ ଝିଅକୁ ଅଧିକ ପଢ଼ାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ସକ୍ଷମ ହୋଇପାରୁ ନଥିଲେ। ମଙ୍ଗଳବାର ବିକାଶ ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନର ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁରଙ୍କ ନିର୍ଦେଶକ୍ରମେ ପ୍ରତିନିଧି କାର୍ତ୍ତିକେଶ୍ବର ସାହୁ ତାଳଚେର ଦେଉଳବେଡ଼ା ତେଲିସାହି ଠାରେ ପିଙ୍କିନା ରାଣୀଙ୍କୁ ସମ୍ମାନିତ କରିବା ସହ ଅର୍ଥ ରାଶି ପ୍ରଦାନ କରିଛନ୍ତି। ପିଙ୍କିନା ଗରିବ ପରିବାରର ହୋଇଥିବାରୁ ଶ୍ରୀମତି ପ୍ରଧାନ ତାଙ୍କ ପାଠପଢ଼ା ନିମନ୍ତେ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।
ଓଜେଇ ଓଡ଼ିଶା ଟପ୍ପର ପିଙ୍କିନାରାଣୀଙ୍କୁ ସମ୍ବର୍ଦ୍ଧନା
- Post published:November 24, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
