ଏନଟିପିସି ଆସପଣ୍ଡରୁ ରାତି ଅଧିଆ ପାଇପ୍ ଚୋରି ଅଭିଯୋଗ, ଦୁଇ ଗିରଫ

0

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଆସପଣ୍ଡ ଷ୍ଟେଜ ୨ ରେ ଶନିବାର ବିଳମ୍ବିତ ରାତିରେ ପାଇପ ଚୋରି କରି ନେଉଥିବା ବେଳେ କଣିହାଁ ପୋଲିସ ପେଟ୍ରୋଲିଂ ସମୟରେ ଦୁଇ ଜଣକୁ ଗିରଫ କରି ଚୋରି ସାମଗ୍ରୀ ଜବତ କରିଛି। ଏ ନେଇ ରବିବାର ଠିକା ସଂସ୍ଥା ଶିବଶକ୍ତି ଏଲମେକର ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ପାଣି ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଡେରେଙ୍ଗ ସ୍ଥିତ ଏନଟିପିସି ଆସପଣ୍ଡ ଷ୍ଟେଜ ୨ ରୁ ୫୦ ମିଟର ପାଇପ ଚୋରି ହୋଇଛି। ପୋଲିସ ଏ ନେଇ ୯୮/୨୦୨୩ରେ ଏକ ମାମଲା ରୁଜୁ କରିଛି। ପୋଲିସ ପାଟ୍ରୋଲିଂ ସମୟରେ କାକୁଡ଼ିଆ ଠାରେ ଚୋରି ପାଇପ ବୋଝେଇ ପିକ ଅପ (ଓଡ଼ି୧୯ଆର୩୯୨୩) ଓ ପାଇଲଟିଂ କରୁଥିବା ମହିନ୍ଦ୍ରା ଥର (ଓଡ଼ି୦୨ସିଜି୬୨୫୩)କୁ ଜବତ କରିବା ସହ ପାଇଲଟିଂ ଗାଡ଼ିରେ ବସିଥିବା ଡେରେଙ୍ଗ ଗ୍ରାମର ରାଜେଶ ସାହୁ(୨୯) ଓ ରୋଜିତ ସାହୁ(୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!