ଆଡଭୋକେଟ ଜେନେରାଲ ହେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

You are currently viewing ଆଡଭୋକେଟ ଜେନେରାଲ ହେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବଡ଼ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦେଲେ ରାଜ୍ୟ ସରକାର। ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି। ଆଇନ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ପୀତାମ୍ବର ଆଚାର୍ଯ୍ୟ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତି ଦେଇଛନ୍ତି।

Share

Leave a Reply