ଅନୁଗୁଳ: ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଶ୍ରୀ ସତ୍ୟ ସାଇ ସେବା ସମିତି ଅନୁଗୁଳ ଶାଖା ପକ୍ଷରୁ ଅନୁଗୁଳ ପୋଲିସ କଲୋନୀରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ପ୍ରେମ ତରୁ” ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଡ଼ିଆଇବି ଡିଏସପି ପ୍ରତିଭା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ଅଧିକାରୀ ତ୍ରିଲୋଚନ ଦାସ ଏବଂ ଅଶୋକ ସାମଲ ଉପସ୍ଥିତ ରହିଥିଲେ। ପୋଲିସ କଲୋନୀରେ ଆଗାମୀ ଦିନରେ ଫୁଲ ଓ ଫଳ ଚାରା ଲଗାଯିବା ନିଷ୍ପତ୍ତି ନିଆ ଯାଇଥିଲା। ସତ୍ୟ ସାଇ ସଂଗଠନ ତରଫରୁ ବଳଦେବ କର ଆବାହକ ବିଜୟ କୁମାର ପାଣିଗ୍ରାହୀ,ସଂଯୋଜକ ଦେବାଶିଷ ପଟ୍ଟନାୟକ,ସୁଦର୍ଶନ ବେହେରା,ସୁଶାନ୍ତ ତ୍ରିପାଠୀ ପ୍ରମୁଖ ବୃକ୍ଷ ରୋପଣରେ ସହଯୋଗ କରିଥିଲେ।