ଅନୁଗୁଳ: ଆଜି ୟୁନାଏଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ହେମସୁରପଡ଼ା ଯୁବକ ସଂଘ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘର ସମସ୍ତ ସଦସ୍ୟ ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ, ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ଅଧ୍ୟକ୍ଷ ଭକ୍ତି ପ୍ରସାଦ ଦାସ, ପୂର୍ଣ୍ଣଚନ୍ଦ୍ର ରାଉତ, ଯୁବ ବିଜେଡ଼ି ସଭାପତି ଦିନେଶ ପ୍ରଧାନ, ବିଜେଡି ନଗର ସଭାପତି ବୃନ୍ଦାବନ ସ୍ୱାଇଁ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଶେଷରେ ଯୁବକ ସଂଘ ର କର୍ମକର୍ତ୍ତା ବିଭିନ୍ନ ଜାଗାରେ ଗଛରେ ରାକ୍ଷୀ ବାନ୍ଧି ଗଛକୁ ରକ୍ଷା କରିବା ପାଇଁ ଶପଥ ନେଇଥିଲେ। ଦେବବ୍ରତ ପଲେଇ, ରାକେଶ କୁମାର ଭୁତିଆ, ରମେଶ କୁମାର ବେହେରା, ମାନସ ରଞ୍ଜନ ସାହୁ, ଜୀବନଜ୍ୟୋତି ସ୍ୱାଇଁ ସହଯୋଗ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ୱାର୍ଡରେ ବିପୁଳ ପରିମାଣରେ ବୃକ୍ଷ ରୋପଣ କରାଯିବ ବୋଲି ସଂଘର ଆବାହକ ସୂର୍ଯ୍ୟ ନାରାୟଣ ସ୍ୱାଇଁ ପ୍ରକାଶ କରିଥିଲେ।


