ଅନୁଗୁଳ: ଜିଲ୍ଲାରେ ସବୁଜିମା ବୃଦ୍ଧି କରିବା,ପ୍ରଦୂଷଣ ହ୍ରାସ କରିବା ସାଙ୍ଗକୁ ବିଗିଡି ଯାଉଥିବା ଜୈବ ବିବିଧତାକୁ ସଜାଡ଼ିବା ପାଇଁ ଅନୁଗୁଳ ଫରେଷ୍ଟ ଡିଭିଜନ ପକ୍ଷରୁ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି।”ସବୁଜ ଅନୁଗୁଳ” ନାମକ ଯୋଜନା ମାଧ୍ୟମରେ ଜଙ୍ଗଲର ଅଭିବୃଦ୍ଧି,ପତିତ ଜମିର ସୁରକ୍ଷା ଏବଂ ଜୈବ ବିବିଧତା ର ସୁରକ୍ଷା ନିମନ୍ତେ ଅନୁଗୁଳ, ବନ୍ତଳା ଛେଣ୍ଡିପଦା,ଜରପଡା,କଣିହାଁ,ତାଳଚେର ଆଦି ଅଞ୍ଚଳରେ ଆଠ ଲକ୍ଷ ରୁ ଅଧିକ ଚାରା ରୋପଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଶାଳ,ମହୁଆ, ନିମ,ଅର୍ଜୁନ,ବାଉଁଶ ଏବଂ ଅନ୍ୟାନ୍ୟ
ଫଳ ଗଛ ଲଗାଯିବ ବୋଲି ବନ ବିଭାଗ ପ୍ରକାଶ କରିଛି।
ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତି ଓ ଇକୋ କ୍ଳବ୍ ର ସହାୟତାରେ ଏହି ବ୍ୟାପକ ବନୀକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ୍ଣ କରାଯିବ।ସବୁଜ ଅନୁଗୁଳ ଯୋଜନା ଦ୍ବାରା ଗଛ ଲଗାଇ କେବଳ ସବୁଜିମା ବୃଦ୍ଧି କରାଯିବ ତାହା ନୁହଁ ଜଙ୍ଗଲ ପରିଚାଳନା ଓ ସୁରକ୍ଷା ନେଇ ଜନସାଧାରଣଙ୍କ ମନରେ ଯେଉଁ ମାନସିକତା ଓ ସାମୁହିକ ପ୍ରତିବଦ୍ଧତା ସୃଷ୍ଟି ହେବ ତାହା ଭବିଷ୍ୟତରେ ପ୍ରଦୂଷଣ କୁ ରୋକିବାରେ ଏକ ନୂଆ ଧାରା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।