ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଶୁଣିଲେ ୫୦ ହଜାରରୁ ଊର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା

You are currently viewing ଅନୁଗୁଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ଶୁଣିଲେ ୫୦ ହଜାରରୁ ଊର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା

ଅନୁଗୁଳ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାର ସମସ୍ତ ୩୧ଟି ମଣ୍ଡଳରେ ତଥା ୧୧୬୩ ଟି ବୁଥରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାର ୫୦ ହଜାରରୁ ଊର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଓ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ସାତକୋଶିଆ ମଣ୍ଡଳରେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ପାଳଲହଡାରେ, ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳରେ, ଅଗସ୍ତି ବେହେରା ଅନୁଗୁଳରେ, ସଂଜୀବ ସାହୁ ଆଠମଲ୍ଲିକରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ ଶୁଣିଥିଲେ। ସମଗ୍ର ଜିଲ୍ଲାରେ ୧୫୦୦ରୁ ଊର୍ଦ୍ଧ୍ଵ ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି।

Share

Leave a Reply