୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

You are currently viewing ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଛେଳିଆପଡ଼ା ସ୍ଥିତ ରିଜର୍ଭ ଅଫିସର ପରେଡ୍ ଗ୍ରାଉଣ୍ଡରେ ୬୬ତମ ପୁଲିସ ସହିଦ ସ୍ମୃତି ଦିବସ ମଙ୍ଗଳବାର ଏସ୍‌ପି ରାହୁଲ ଜୈନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଜି ସତ୍ୟବ୍ରତ ଭୋଇ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିଷ୍ଠାର ସହ ଦାୟିତ୍ବ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେ ସମସ୍ତ ସହିଦଙ୍କ ନାମ ପାଠ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ଆଇଜି ଭୋଇ ଅନୁଗୁଳ ପୁଲିସର ବୃତ୍ତଗଡ଼ ଦକ୍ଷତାକୁ ପ୍ରଶଂସା କରିବା ସହ ବହୁ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାଇବର ଠକେଇ ଓ ନୂଆ ଫୌଜଦାରୀ ମାମଲା ଭଳି ଚ୍ୟାଲେଞ୍ଜ ସତ୍ତ୍ୱେ ଏସ୍‌ପିଙ୍କ ନେତୃତ୍ବରେ ଅନୁଗୁଳ ପୁଲିସ ଆଗାମୀ ଦିନରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିବ ବୋଲି ଆଶାବାଦୀ ଅଛନ୍ତି।

ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୭ ଜଣ ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତଙ୍କ ମଧ୍ୟରେ ସ୍ପେଶାଲ୍ ଡିଆଇ ଅୟସ କାନ୍ତ ଜେନା, ହାବିଲଦାର ସନ୍ତୋଷ କୁମାର ସାହୁ, କନେଷ୍ଟବଳ ସତ୍ୟଜିତ ସାହୁ, ହାବିଲଦାର ସୁଶାନ୍ତ କୁମାର ପାଣିଗ୍ରାହୀ ଓ ଅନ୍ୟମାନେ ସାମିଲ ଥିଲେ।

Share

Leave a Reply