ଅନୁଗୁଳ ମେଡିକାଲରୁ ପୁଣି ରୋଗୀ ଫେରାର

You are currently viewing ଅନୁଗୁଳ ମେଡିକାଲରୁ ପୁଣି ରୋଗୀ ଫେରାର

ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି।

ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ ନ ଥିଲେ ସନ୍ଧ୍ୟା ସମୟରେ କୁଆଡେ ପଳାଇ ଯାଇଛନ୍ତି।ଖବର ଜଣା ପଡିବା ପରେ ବିଭାଗୀୟ ଡାକ୍ତରଙ୍କ ପକ୍ଷରୁ ପୋଲିସ କୁ ଅବଗତ କରାଯାଇଛି। ମେଡିକାଲ ନିରାପତ୍ତା ବିଭାଗ ପକ୍ଷରୁ ଖୋଜା ଚାଲିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ରୋଗୀ ସମ୍ପର୍କରେ ଟେର ମିଳିନାହିଁ। ସୁରକ୍ଷାରେ ତ୍ରୁଟି ହେତୁ ତିନି ଜଣ ସୁରକ୍ଷା କର୍ମୀଙ୍କ ଦରମା ବନ୍ଦ କରାଯାଇଛି। ସେହିଭଳି ସେପ୍ଟେମ୍ବର ମାସରେ ସର୍ଜରି ୱାର୍ଡରେ ଜଣେ ରୋଗୀଙ୍କୁ ଝଡା ଫୁଙ୍କା କରି ଆରୋଗ୍ୟ ଉଦ୍ୟମ କରାଯାଉଥିବା ଖବର ଗଣ ମାଧ୍ୟମରେ ପ୍ରସାରିତ ହେବା
ପରେ ଏହାର ତଦନ୍ତ କରାଯାଇଥିଲା। ଏଇ ଘଟଣାରେ ମଧ୍ୟ କର୍ତବ୍ୟରେ ଅବହେଳା ପାଇଁ ଜଣେ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି।ଏଥି ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡା ମାନସ ରଞ୍ଜନ ବିଶ୍ୱାଳ ସୁରକ୍ଷା ବିଭାଗର ତ୍ରୁଟି ସୁଧାରିବାରେ ଉଦ୍ୟମ ହେଉଛି ବୋଲି ଏଟିଭିକୁ କହିଛନ୍ତି।

Share

Leave a Reply