ଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

You are currently viewing ଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ନାଲକୋ କଲୋନୀରେ ଡାକ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମହିଳା କର୍ମଚାରୀ ହେଲେ ପାର୍ବତୀ ଟୁଡ଼ୁ (୩୦)।

ସୂଚନା ମୁତାବକ, ନାଲକୋ ନଗର କଲୋନୀ ପରିସରସ୍ଥିତ ଟିଏ କ୍ୱାର୍ଟର ନମ୍ୱର ୫ରେ ନାଲକୋ ପୋଷ୍ଟାଲ ବିଭାଗର କର୍ମଚାରୀ ପାର୍ବତୀ ରହୁଥିଲେ। ଗୁରୁବାର ସକାଳେ ସେ ଅଫିସ ଯାଇ ଖାଇବା ଛୁଟିରେ ଘରକୁ ଆସିଥିଲେ। କିନ୍ତୁ ଖାଇବା ପରେ ସେ ଆଉ ଅଫିସ ଯାଇ ନ ଥିଲେ। ଉକ୍ତ ଘର ଭିତରେ ସେ ଓ ତାଙ୍କ ଭାଇ ଉଭୟ ରହୁଥିଲେ। ଭାଇ ଘରେ ନ ଥିଲାବେଳେ ଭଉଣୀ ନିଜ ଓଢ଼ଣୀ ସାହାଯ୍ୟରେ ବାହାର ଘର ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପ୍ରଥମିକ ତଦନ୍ତରୁ ଜଣା ପଡ଼ିଛି। ନାଲକୋ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଛି।

Share

Leave a Reply