କମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

You are currently viewing କମୁନି ଆଳୁ ରାଜନୀତି, ୟୁପି ପରେ ପଞ୍ଜାବ ଉପରେ ଭରସା

ଭୁବନେଶ୍ବର: ଆଳୁକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାରଙ୍କ ମନମାନି ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଭରସା କରିଥିଲା ଓଡ଼ିଶା। ହେଲେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ନ ପାରିବ ଭଳି ସ୍ଥିତି ଉପୁଜିଛି। ଏଥିପାଇଁ ପଡୋଶୀ ରାଜ୍ୟ ପଞ୍ଜାବର ସହାୟତା ଲୋଡିବ ଓଡ଼ିଶା । ଯଦି ଦରକାର ପଡ଼େ ତେବେ ପଞ୍ଜାବରୁ ଆଳୁ ଆସିବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଉତ୍ତର ପ୍ରଦେଶ ପରେ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ। ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିଯିବା କଥା ମିଛ ଆଲୋଚନା ହେଉଛି। ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, ଯାହାର କ୍ୱାଲିଟି ବହୁତ ଭଲ। ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ଏଣୁ ଉତ୍ତର ପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ହେବା ପରେ କିଛି ଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ଓଡିଶାରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ। ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଥିଲେ। ହେଲେ ଆଜି ଉତ୍ତରପ୍ରଦେଶରୁ ଆସୁଥିବା ଆଳୁ ନିଅଣ୍ଟ ହୋଇପାରେ ବୋଲି ଇଙ୍ଗିତ କରିଛନ୍ତି ମନ୍ତ୍ରୀ। ଏଣୁ ପଞ୍ଜାବକୁ ସାହାଯ୍ୟ ମାଗି ପାରେ ଓଡ଼ିଶା।

Share

Leave a Reply