ବଡ଼ଯୋରଡ଼ାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ

You are currently viewing ବଡ଼ଯୋରଡ଼ାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର କଳିଙ୍ଗ କଲୋନୀ ସ୍ଥିତ ହନୁମାନ ବାଟିକା ଠାରେ ପ୍ରଭୁ ବଜରଙ୍ଗବଲିଙ୍କ ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏ ଅବସରରେ ଆଞ୍ଚଳିକ ମନ୍ଦିର କମିଟିର ସଭାପତି ଜବାହର ପ୍ରଧାନ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠାକାରୀ ବିଦେଶୀ ଦେହୁରୀଙ୍କ ପକ୍ଷରୁ ବଡ଼ ଉତ୍ସବି ଆୟୋଜିତ ହୋଇଥିଲା। ସକାଳେ ହନୁମାନଙ୍କ ଦ୍ୱାର ଫିଟା ନୀତି ସମ୍ପନ୍ନ କରାଯାଇ ସାଢ଼େ ୮ ରେ ମୁଖ୍ୟ ପୂଜକ ରୁଦ୍ର ମୋହନ ଦ୍ବିବେଦୀଙ୍କ ଦ୍ୱାରା ଠାକୁରଙ୍କୁ ନଗର ପରିକ୍ରମା କରାଯାଇଥିଲା।

ନନ୍ଦିରା, ବଡ଼ଯୋରଡ଼ା ଓ କଳିଙ୍ଗ କଲୋନୀ ସମେତ ଆଖପାଖ ୭ କିଲୋମିଟର ଅଞ୍ଚଳକୁ ଉକ୍ତ ନଗର ପରିକ୍ରମା କରାଯାଇଥିଲା। ନଗର ପରିକ୍ରମାରେ ୨୨ ଜଣ ସାଧୁ ସନ୍ଥ ଯୋଗ ଦେଇଥିବା ବେଳେ ଶହ ଶହ ଭକ୍ତ ଠାକୁରଙ୍କୁ ନଗର ପରିକ୍ରମା କରାଇଥିଲେ। ହନୁମାନଙ୍କ ନିକଟରେ ବିଭିନ୍ନ ପ୍ରକାରର ହୋମ ଯଜ୍ଞ ଆଦି କରାଯାଇ ପରିଶେଷରେ ପୂର୍ଣ୍ଣାହୁତି ଦେଇ ସମସ୍ତ ପୂଜା କାର୍ଯ୍ୟ ସମାପନା କରାଯାଇଥିଲା। ପରେ ସ୍ଥାନୀୟ ଭକ୍ତ ବୃନ୍ଦଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Share

Leave a Reply