ପ୍ରଧାନ ଆଇ କେୟାର ଯନ୍ତ୍ରଣା: ୨୦ ହଜାର ଦେଲି ୨ ଲକ୍ଷ ସାରିଲି

0

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ସ୍ଥିତ ପ୍ରଧାନ ଆଇ କେୟାରରେ ଗତ ୨୦ ତାରିଖରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଇଥିବା ୧୩ ଜଣଙ୍କ ଆଖି ସଂକ୍ରମିତ ହେବା ଫଳରେ ସେମାନେ ଏବେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ସେମାନେ ସମସ୍ତେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଇଥିବା ବେଳେ ସେମାନେ ଯେ ଦୃଷ୍ଟି ଶକ୍ତି ଫେରି ପାଇବେ ସେଥି ନେଇ ଆଶଙ୍କା ଭିତରେ ଗତି କରୁଛନ୍ତି। ଏ ନେଇ ଗତ ରାତିରେ ଏଟିଭି ରେ ଖବର
ପୋଷ୍ଟ ହେବା ପରଠାରୁ ଡାକ୍ତର ବିଶ୍ୱଜିତ୍‌ ଦେଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନେଇ ଅନେକ ଅଭିଯୋଗ ଟେଲିଫୋନ ଯୋଗେ ପହଞ୍ଚିଛି।

ଅଭିଯୋଗ ଆସିବା ପରେ ଅନୁଗୁଳ ସହର ଭିତରେ ଥିବା ଜଣେ ଅଭିଯୋଗକାରୀଙ୍କ ଘରେ ଆମେ ପହଞ୍ଚିଥିଲୁ। ଅଭିଯୋଗକାରୀ ହେଲେ କୁମୁଦ ଚନ୍ଦ୍ର ଦାଶ,ଘର ହାକିମପଡ଼ା।‌ ୧୯ ୮.୨୦୨୧ ରେ ସେ ପ୍ରଧାନ ଆଇ କେୟାରରେ ବାମ ଆଖିର ଅସ୍ତ୍ରୋପଚାର କରାଇଥିଲେ।ଲେନ୍ସ,ଔଷଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଅପରେସନର ୨୪ ଘଣ୍ଟା ପରେ ଆଖି ନାଲି ପଡ଼ିଯିବା ସହ ଭୀଷଣ ଯନ୍ତ୍ରଣା ହୋଇଥିଲା। ବାବୁ ବିଶ୍ୱଜିତ୍ ତ ସପ୍ତାହକୁ ଦିନେ ଆସନ୍ତି। ତାଙ୍କ ଦେଖା ମିଳେ କେଉଁଠି? ତେଣୁ କୁମୁଦ ବାବୁ କଟକ ଓ ଭୁବନେଶ୍ୱରର ନାମି ଦାମୀ ଆଖି ବିଶେଷଜ୍ଞଙ୍କ ପରାମର୍ଶ ନେଲେ ସମସ୍ତେ କହିଲେ ତୃଟି ପୂର୍ଣ୍ଣ ଅସ୍ତ୍ରୋପଚାର ହୋଇଛି। ରିଫିକ୍ସ ବା ଆଉଥରେ କରିବାକୁ ପଡ଼ିବ।

ମନ ଭିତରେ ସଂଶୟ ଯୋଗୁଁ ଏଲ୍‌ଭି ପ୍ରସାଦ ଠାରୁ ଶଙ୍କର ନେତ୍ରାଳୟ ଯାଏଁ ପରାମର୍ଶ କଲେ। ଶେଷରେ କଟକ ଜେପିଏସ୍‌ ରୋଟାରୀରେ ଅସ୍ତ୍ରୋପଚାର କରାଇଲେ। କିନ୍ତୁ ବୁଲାବୁଲିରେ କିଛି ବିଳମ୍ବ ହେବାରୁ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ଆଉ ଆସିଲା ନାହିଁ । ୨୦ ହଜାର ଦେଇ‌ ୨ ଲକ୍ଷ ସରିଲା ପଛେ ସେ ଆଜି ଯାଏ ମାନସିକ ଯନ୍ତ୍ରଣା ଭୋଗୁଛି। ତେଣୁ ରୋଗୀମାନେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସେ ମତ ପ୍ରକାଶ କରିଥିଲେ। ସାକ୍ଷାତକାର ସରିଲା ବେଳକୁ କୁମୁଦ ବାବୁଙ୍କ ହତାଶା ବୋଧ ଓ କ୍ଷୋଭ ବାରି ହୋଇ ପଡ଼ୁଥିଲା।

Leave A Reply

Your email address will not be published.

error: Content is protected !!