ସାଂସ୍କୃତିକ କାର୍ଯ୍ୟକ୍ରମ ସହ “ପ୍ରତିଭା”୨୦୨୫ ଉଦଯାପିତ

You are currently viewing ସାଂସ୍କୃତିକ କାର୍ଯ୍ୟକ୍ରମ ସହ “ପ୍ରତିଭା”୨୦୨୫ ଉଦଯାପିତ

ଅନୁଗୁଳ: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ ଅନୁଗୁଳରେ ପ୍ରତିଭାର ଅଭାବ ନାହିଁ ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ପୌର ଉପାଧ୍ୟକ୍ଷା ଅନୁପମା ସାହୁ,ଓୟୁଜେ ସଭାପତି ଅଜିତ କୁମାର ଧର ଏବଂ ବିଜେପି ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ପ୍ରମୁଖ ଯୋଗ ଦେଇ ଅନୁଗୁଳ ଲୋକ କଳାର ବିକାଶ ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ। ସଂଘ ପକ୍ଷରୁ ସଭାପତି ସରୋଜକାନ୍ତ ସାହୁ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ସତ୍ୟବାନ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିଲେ।

ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମାମା ମିଶ୍ର,ରେଣୁବାଳା ପଟ୍ଟନାୟକ,ବୁଲୁ ସାମଲ,ଅଶ୍ଵିନୀ ଦଳବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମାରୋହରେ କୁନିକୁନି କଳାକାର ମାନେ ଚମତ୍କାର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ।

Share

Leave a Reply