ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

You are currently viewing ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ରବିବାର ଅନୁଗୁଳ ବିଜୁ ମଇଦାନ ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହା ମହୋତ୍ସବ ଓ ପ୍ରଥମ ଜିଲ୍ଲାସ୍ତରୀୟ “କୃତୀ – ଦୈତ୍ୟନୀ” ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏ ଅବସରରେ ଆଜି ଉତ୍ସବ କମିଟିର ଆବାହକ ଭୋଲେଶ୍ୱର ପ୍ରଧାନ (ସହ ପ୍ରତି ରିତିକ) ଓ ସହ ଆବାହକ ଅଶୋକ ଗଡ଼ନାୟକ(ସହ ପ୍ରତି ରିତିକ)ଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଗୁଳ ସତସଙ୍ଗ ବିହାର ପରିସରରେ ଅନୁଷ୍ଠିତ ହୋଇଛି। ଏଥିସହ ବହୁ ଗୁରୁ ଭାଇ ଓ ମାଆମାନେ ନାମ ସଙ୍କୀର୍ତ୍ତନ କରି ବିଜୁ ମଇଦାନରେ ଭୂମି ପୂଜନ କରିଥିଲେ। ଏହି ଉତ୍ସବରେ ପ୍ରାୟ ୨୦ ହଜାର ଭକ୍ତ, ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଉତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply