ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

You are currently viewing ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ

ଆଠମଲ୍ଲିକ: ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଏ ଅବସରରେ ପ୍ରଥମରୁ ଦଶମ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବ ଓ + ୨, + ୩ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ବଇଣ୍ଡା ସ୍ଥିତ ଜନତା ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ ହୋଇଛି l

ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷା ଆଶାକୁମାରୀ ସାହୁ, ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, କିଶୋରନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରା, କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା, ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଜନତା ମହାବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା, କିଶୋରନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ମାଧପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ମଙ୍ଗରାଜ, ସହକାରୀ ବନସଂରକ୍ଷକ ଗୌରୀ ଶଙ୍କର ଦାସ, ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ, ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ, ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l ଶେଷରେ ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୁଳମଣି ଦଳେଇ ଧନ୍ୟବାଦ ଦେଇଥିଲେ l

Share

Leave a Reply