ଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

You are currently viewing ଅନୁଗୁଳ ହାଇସ୍କୁଲ ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଆସିପାରନ୍ତି ରାଷ୍ଟ୍ରପତି

ଅନୁଗୁଳ: ଅନୁଗୁଳ ସରକାରୀ ହାଇସ୍କୁଲର ଶତବାର୍ଷିକୀ ସମାରୋହ ପାଳନ ନିମନ୍ତେ ଏକ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇଛି। ଅନୁଗୁଳ ବିଧାୟକ ତଥା ଶତବାର୍ଷିକୀ ପାଳନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଭାବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ବିଧାୟକ ଚଳିତ ମାସ ୨୩ ତାରିଖରେ ନିଜେ ଦିଲ୍ଲୀ ଯାଇ ଅତିଥିଙ୍କୁ ନିମନ୍ତ୍ରଣ କରିବେ ବୋଲି କହିଥିଲେ। ବିଦ୍ୟାଳୟରେ ୧୫୦୦ ଜଣ ବସିବା ଭଳି ଏକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ବୈଠକରେ ଶତବାର୍ଷିକୀ ପାଳନ କରିବା ନିମନ୍ତେ ଗଠିତ ଅର୍ଥ କମିଟି, ସ୍ମରଣିକା କମିଟି, ସାଂସ୍କୃତିକ କମିଟି, ମିଡ଼ିଆ କମିଟି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଜିର ବୈଠକରେ କମିଟିର କାର୍ଯ୍ୟକାରୀ ସଭାପତି ଡ଼. ତ୍ରିଲୋଚନ ପ୍ରଧାନ, ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ, ପୂର୍ବତନ ପ୍ରଧାନ ଶିକ୍ଷକ ଶୈଳେଶ ଚନ୍ଦ୍ର ଦାଶଗୁପ୍ତା, ବ୍ରଜ କିଶୋର ମିଶ୍ର, ଡ. ପ୍ରଭାତ ପଣ୍ଡା, ବସନ୍ତ ଦାସ, ଶକ୍ତି ପଟ୍ଟନାୟକ, କୁମୁଦ ଚନ୍ଦ୍ର ଦାସ, ଦ୍ୱାରିକା ପ୍ରସାଦ ନନ୍ଦ, ଦିଲ୍ଲୀପ ଦାସ, ପ୍ରଦୀପ ଦେବତା, ବସନ୍ତ ପ୍ରଧାନ, ବାସୁଦେବ ହୋତା, ରବୀନ୍ଦ୍ର ମହାରଣା, ଈଶ୍ୱର ସାହୁ, କୈଳାସ ନାୟକ, ସରୋଜ ସାହୁ, ରୁଚିର ପାଣିଗ୍ରାହୀ, ମନୋରଞ୍ଜନ ପାଣି, ଚନ୍ଦ୍ରକାନ୍ତ ଧଳ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ, ଭାସ୍କର ସାହୁ, ଅଜୟ ପ୍ରଧାନ, ସୁଧାଂଶୁ ମୋହନ ଦ୍ବିବେଦୀ, ସ୍ମୃତି ରଞ୍ଜନ ଦାଶ, ଜ୍ୟୋତି ରଞ୍ଜନ ନନ୍ଦ, ରଞ୍ଜିତ ପାତ୍ର, ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ତ୍ରିପାଠୀ, ଶିକ୍ଷୟିତ୍ରୀ ମନ୍ଦାକିନୀ ସାହୁ, ସ୍ଥିତପ୍ରଜ୍ଞା ଗଡ଼ନାୟକ, ରାଗେଶ୍ବରୀ ବେହେରା, ଅଜିତ ପଣ୍ଡା, ପ୍ରିୟଦର୍ଶିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply