ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

You are currently viewing ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଗୋପାଳପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ବରଞ୍ଜନ ରଥ ଅଧ୍ୟକ୍ଷତା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକ ମହୋତ୍ସବ ଆୟୋଜନ କରିବା ସମ୍ଭବ ନୁହେଁ । ବୋଲି ଉପଜିଲାପାଳ କହିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲର କୋଭିଡ୍ ଗାଇଡଲାଇନ ଅନୁଯାୟୀ ଯାତ୍ରା ଓ ଲୋକ ମହୋତ୍ସବ ପାଳନ ନିମନ୍ତେ ଅନୁମତି ମିଳିଲେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଥିଲେ। ଆସନ୍ତା ଏପ୍ରିଲ ୧୫ରେ ଅନୁଷ୍ଠିତ ହେବାକୁ ଥିବା ମା’ ହିଙ୍ଗୁଳାଙ୍କ ଯାତ୍ରା ଓ ଲୋକମହୋତ୍ସବ ପାଇଁ ପୁନର୍ବାର ଆସନ୍ତା ଏପ୍ରିଲ ୨ରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ କୁମାର ମିଶ୍ର, ତହସିଲଦାର ମନ୍ମଥ ନାୟକ, ଜିଲା ଜଳ ଓ ପରିମଳ ବିଭାଗର ବରିଷ୍ଠ ଅଧିକାରୀ ଅଜିତ୍ କୁମାର ବେହେରା, ଯୋଗାଣ ଅଧିକାରୀ ଲିପ୍‌ସାରାଣୀ ରାଉତ, ପୂର୍ଣ ବିଭାଗ ବରିଷ୍ଠ ଅଧିକାରୀ କୁନା ଚରଣ ସିଂହ, ବିଦ୍ୟୁତ ବିଭାଗର ଏସ୍‌ଡିଓ ମନୋଜ କୁମାର ପାଣି, ଟାଟା ପାଓାର ବିତରଣ ସଂସ୍କାର ବରିଷ୍ଠ ଅଧିକାରୀ ଜିତେନ୍ଦ୍ର ମହାପାତ୍ର, ବରିଷ୍ଠ ସହାୟକ ଯନ୍ତ୍ରୀ ବାବାଜୀ ଦାସ, ଜଗନ୍ନାଥ ମହାପ୍ରବନ୍ଧକ ପି. ବି.ରେଜି, ହିଙ୍ଗୁଳା ମହାପ୍ରବନ୍ଧକ ଏ. କେ. ସ୍ଵକର, ଜିଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନ, ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ୍ ମୋହନ ଗଡନାୟକ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ରାଜେନ୍ଦ୍ର ସିଂହ, ଅରୁଣ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସିଦ୍ଧେଶ୍ଵର ପ୍ରଧାନ, ଗଗନ ବିହାରୀ ସାହୁ, ଶଙ୍କର ବେହେରା, ସଞ୍ଜୟ କୁମାର ମାଝି, ଏସ୍.କେ. ଶର୍ମା, ବରିଷ୍ଠ ଖଣି ଅଧିକାରୀ, ବିଭିନ୍ନ ଗ୍ରାମର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ ରାଜେନ୍ଦ୍ର କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply