ଅନୁଗୁଳ: ସ୍ଥାନୀୟ ଏକ ହୋଟେଲରେ ଆଜି ପୂର୍ବତନ କଂଗ୍ରେସ ଓବିଶି ସେଲ ସଭାପତି ପ୍ରବୋଧ କୁମାର ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଭକ୍ତ ଚରଣ ଦାସ ମନୋନୀତ ହୋଇଥିବାରୁ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଭକ୍ତ ପିସିସି ସଭାପତି ଭାବେ ପ୍ରଥମେ ଦଳର ସମସ୍ତ ନିଲମ୍ବିତ ନେତାଙ୍କ ଉପରୁ କଟକଣା ଉଠାଇଦେବାପରେ ଉତ୍ସାହିତ ବହୁ ନେତା ଏବେ କଂଗ୍ରେସ ଘରବାହୁଡା଼ ହେଉଛନ୍ତି ବୋଲି ପ୍ରବୋଧ ସ୍ୱାଇଁ ପ୍ରକାଶ କରିଥିଲେ। ଭକ୍ତଙ୍କୁ ବିମାନ ବନ୍ଦରରୁ ପୁରୀ ପର୍ଯ୍ୟନ୍ତ ସଂକଳ୍ପ ପଦଯାତ୍ରା ପ୍ରତି ପ୍ରବଳ ଜନ ସମର୍ଥନ ମିଳିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ।ଏଠାରେ ସୂଚନା ଯୋଗ୍ୟ ଗତ ସାଧାରଣ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜିଲ୍ଲା ସଭାପତି ଏଥିପାଇଁ ଦାୟୀ ବୋଲି ଗଣମାଧ୍ୟମରେ ବିବୃତି ଦେବାପରେ ତାଙ୍କୁ ଜିଲ୍ଲା ସଭାପତି ନିଲମ୍ବିତ କରିଥିଲେ।
ସଂକଳ୍ପ ପଦଯାତ୍ରା ନେଇ ପ୍ରବୋଧଙ୍କ ସାମ୍ବାଦିକ ସମ୍ମିଳନୀ
- Post published:February 17, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul