ଡିସେମ୍ବର ୧୩,୧୪ ରେ ୧୩ଶ ସାତକୋଶିଆ ମହୋତ୍ସବ

You are currently viewing ଡିସେମ୍ବର ୧୩,୧୪ ରେ ୧୩ଶ ସାତକୋଶିଆ ମହୋତ୍ସବ

ଅନୁଗୁଳ: ତ୍ରୟୋଦଶ ସାତକୋଶିଆ ମହୋତ୍ସବ ଡିସେମ୍ବର ୧୩ ,୧୪ ଦୁଇ ଦିନ ଧରି ସଭାଘର ଠାରେ ଅନୁଷ୍ଠିତ ହେବ। ଜାତୀୟ ସ୍ତରୀୟ ବହୁ କଳାକାର ଏହି ଉତ୍ସବରେ ଅଂଶଗ୍ରହଣ କରିବେ। ଓଡ଼ିଶୀ ନୃତ୍ୟରେ ଗୁରୁ ଆଶିଷ କୁମାର ଦାସ ଓ ଓଡ଼ିଶୀ ସଙ୍ଗୀତରେ ଗୁରୁଶ୍ରୀ ସଚ୍ଚିଦାନନ୍ଦ ଦାଶଙ୍କୁ ସାତକୋଶିଆ ସମ୍ମାନରେ ସମ୍ମାନିତ କରାଯିବ।

ସେହିପରି ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ଦୀପ୍ତି ରାଉତରାୟ ଓ ଗୁରୁ ଶ୍ରୀ ହିମାଂଶୁ ଶେଖର ସ୍ୱାଇଁଙ୍କୁ ପଦ୍ମ ଚରଣ ସିହ୍ନା ପ୍ରତିଭା ସମ୍ମାନରେ ସମ୍ମାନିତ କରାଯିବ। ସମାରୋହରେ ବହୁ କଳାକାର ଯୋଗ ଦେଇ ଓଡ଼ିଶୀ,ଲୋକନୃତ୍ୟ,ଭାରତ ନାଟ୍ୟ,କୁଚିପୁଡ଼ି ଆଦି ନୃତ୍ୟ ପରିବେଷଣ କରିବେ। ଏନିନେଇ ନୃତ୍ୟନିଳୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଥିଲେ ନିର୍ଦ୍ଦେଶକ ଯଜ୍ଞ ନାରାୟଣ ରାୟ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ହେମନ୍ତ କୁମାର ଦାସ,ଗୁରୁ ସ୍ବପ୍ନାରାଣୀ ସିହ୍ନା ଏବଂ ଗୁରୁ ଅନିତା ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply